ମୋ ଓଡ଼ିଶା

ଓଡ଼ିଆ ପଖାଳ ଓଡ଼ିଶା ମୋ ଭାଷା
ଓଡ଼ିଶୀ ସଂଗୀତ ନୃତ୍ୟ
ଲଙ୍ଗଳ ଯୁଆଳି କହୁଛି ସେ କାଳ
ବହୁ ଓଡ଼ିଆଙ୍କ ସତ୍ୟ।
ଓଡ଼ିଆ ମୋ ବେଶ ଓଡ଼ିଶା ଚଳଣି
ଗୁଣ୍ଡା ଏ ପଖାଳ କଂସା
ପେଟ ପୁରି ଯାଏ ଖାଇଦେଲେ ଥରେ
ଓଡ଼ିଆ ସର୍ବେ ତା ଭାଷା।
ଶାଗକୁ ପଖାଳ ଦହିରେ ପଖାଳ
ବଢି ଚୂନା ଛୋଟ ମାଛ
ଓଡ଼ିଆ ଜାତିର ପରାଣ ପ୍ରତିଷ୍ଠା
ଜଗନ୍ନାଥ ଭକ୍ତ ସ୍ବଚ୍ଛ।
ପାହାଡ଼ ପର୍ବତ କହୁଛି ଯେ କଥା
ଆଦିମ ସ୍ବଚଳ ଜାତି
ଏ ଝରଣା ନଈ ଯାଏ ଆଗେ ବୋହି
ସୁନା ଫସଲ ପ୍ରକୃତି।
ଏଇ ମୋ ଓଡ଼ିଶା ଭାଷାକୁ ପ୍ରଶଂସା
ପୁଣ୍ୟ ଜଗନ୍ନାଥ ଧାମ
ଜନମ ଭୂମିର ମହତ ରଖିବା
ସଂସ୍କୃତି ଆମ ସୁନାମ ।

(ମାନଗୋବିନ୍ଦ ସ୍ବାଇଁ )
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *