
ଅଯୋଧ୍ୟା ନରେଶ ଦଶରଥ ସୁତ
କୈ।ଶଲ୍ୟା ଗର୍ଭୁ ଶ୍ରୀରାମ
ଆଜି ତା ଜନମ ପ୍ରଭୁ ମୋ ଶ୍ରୀରାମ
ପାଦେ ମୋ କୋଟି ପ୍ରଣାମ।
ଦଶରଥ ଗୁରୁ ସେ ବଶିଷ୍ଠ ଋଷି
କଲେ ଯଜ୍ଞ ଆୟୋଜନ
ଯଜ୍ଞ ଚାରୁଅନ୍ନ ତିନି ଜଣ ଖାଇ
ଗର୍ଭେସଞ୍ଚା ହଲା ଦିନ।
ଆନନ୍ଦ ପ୍ରଚାର ହୋଇଲା ରାଜ୍ୟରେ
ଦଶରଥ ସୁତ ଜନ୍ମ
କୈ। ଶଲ୍ୟା ନନ୍ଦନ ଶ୍ରୀରାମ ରାଜନ
କୈ।କେଇ କୁବୁଧି ରାମ।
ଚଉଦ ବରଷ ରାମ ବନବାସ
କଟାଇଲେ ସେ ଜୀବନ
ଭାତୃତ୍ବ ପ୍ରେମରେ କଠଉ ସ୍ଥାପନ
ଭରତ ରାଜ୍ୟ ଶାସନ ।
ଫେରିବା ପଥକୁ ଚାହିଁ ବସିଥିଲେ
ରାଜ୍ୟ ଜନ ପ୍ରଜାଗଣ
ଏଇ ଅଭିଷେକ ଉତ୍ସବ ପାଳିଲେ
ଖୁସି ପୁର ବାସୀ ଜନ।
ରାବଣକୁ ବଧ ମା ସୀତା ଉଦ୍ଧାର
ପଥର ହେଲା ଯେ ସୋଲ
ଲକ୍ଷ୍ମଣ ସାଙ୍ଗରେ ସୀତା ରାମ ଭାଇ
ରାଜ୍ୟରେ ଶାସନ ଭଲ।
ଶ୍ରୀରାମ ନବମୀ ନାମରେ ପବିତ୍ର
ପବିତ୍ର ଦେଶ ଏକାଠି
ଗାଇବା କହିବା ଜୟ ହେ ଶ୍ରୀରାମ
ଜୟ ଜୟ ଭାରତ କି ।
(ମାନଗୋବିନ୍ଦ ସ୍ବାଇଁ )
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା