
ଗଞ୍ଜାମ : ୦୬.୦୪.୨୫
(ମିଥୁନ ବାରିକ୍)
ଗଞ୍ଜାମ : ଶତ୍ରୁସୋଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆରତତ୍ରାଣ ପଲେଇଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ,ମୁଖ୍ୟ ବକ୍ତା ରୂପେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ,ଗଞ୍ଜାମ ବ୍ଲକ ଏବିଇଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ ବେହେରା,ସୁବଳୟା ପଂଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା,ବେଲପଡ଼ା କ୍ଲଷ୍ଟରର ସିଆରସିସି ଶ୍ରୀ ସୌମ୍ୟରଂଜନ ସାହୁ,ବେଲପଡ଼ା କ୍ଲଷ୍ଟରର ପୂର୍ବତନ ସିଆରସିସି ନରସିଂହ ବେହେରା,ହୁମ୍ମା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢ଼ୀ,ସୁବଳୟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ,ସକାଳ ପ୍ରତିନିଧି ପ୍ରକାଶ ପଲେଇ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ରୂପେ ନିଜକୁ ଗଢ଼ି ତୋଳିବା ସଙ୍ଗେ ସଙ୍ଗେ ରାଷ୍ଟ୍ର ବିକାଶରେ ଭାଗିଦାରୀ ହେବା ପାଇଁ ପରାମର୍ଶ ଦେଇଥିଲେ ।ବିଦ୍ୟାଳୟର ସହକାରୀ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ,ସହକାରୀ ଶିକ୍ଷୟତ୍ରୀ ଅରୁନ୍ଧତୀ ରାଉତ ,ସହକାରୀ ଶିକ୍ଷୟତ୍ରୀ ସିପ୍ରା ସରସ୍ୱତୀ ପରିଡ଼ା ପରିଚାଳନା କରିଥିବା ବେଳେ ଗ୍ରାମବାସୀ ଉପସ୍ଥିତି ରହିଥିଲେ ।