ଓଡିଶା ହୋମିଓ ପାଥିକ ଫିଲ୍ଡ ଷ୍ଟାଫ ଆସୋସିଏସନ ରଉତ୍କଳ ଦିବସ ପାଳନ

କଟକ : ଓଡିଶା ହୋମିଓ ପାଥିକ ଫିଲ୍ଡ ଷ୍ଟାଫ ଆସୋସିଏସନ ଆନୁକୂଲ୍ୟରେ ଆଜି କଟକ ରେ ପବିତ୍ର ଉତ୍କଳ ଦିବସ ପାଳନ ହୋଇଯାଇଅଛି। ଏଥିରେ କଟକରେ ଥିବା ବିଭିନ୍ନ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପଥପ୍ରାନ୍ତ ସଭା ଓ ସାଧାରଣ ସଭା ପ୍ରମୁଖ ଆୟୋଜିତ ହୋଯାଇଛି।
ଓଡିଶା ହୋମିଓ ପାଥିକ ଫିଲ୍ଡ ଷ୍ଟାଫ ଆସୋସିଏସନ ର ସଭାପତି
ଶିବ ବଲ୍ଲଭ ମହାନ୍ତି ଙ୍କ ସଭାପତିତ୍ୱରେ ତୁଳସୀପୁର ସ୍ଥିତ ପାର୍ବତୀ ନିଳୟ ଠାରେ ଆୟୋଜିତ ସଭାରେ ଫେଡ଼େରେସନ୍ ଅଫ୍ ଇଣ୍ଡିଆନ ବ୍ଲଡ଼ ଡୋନର୍ସ ଅର୍ଗାନାଇଜେସନ୍ ର ଜାତୀୟ ଉପସଭାପତି ଡ଼ଃ.ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ଅତିଥି, ବରିଷ୍ଠ ହୋମିଓପାଥିକ ଚିକତ୍ସକ ତଥା ସମାଜ ସେବୀ ଡାକ୍ତର ବିକାଶ କୁମାର ପ୍ରସାଦ ସଂମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଉତ୍କଳ ଦିବସର ବିଶେଷତ୍ୱ ଓ ଉତ୍କଳ ପ୍ରଦେଶ ଓ ଓଡ଼ିଆ ଭାଷା ସୁରକ୍ଷା ପାଇଁ କାଯ୍ୟ କରିଥିବା ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ହୃଷିକେଶ ନନ୍ଦ,ଉପ ସଭାପତି ମୁରଲୀ ଧର ସାହୁ, ସହ ସମ୍ପାଦକ ଜଗଦୀଶ ପୃଷ୍ଟି,କୋଷାଧକ୍ଷ ପି. ବିଜୟ କୁମାର, ସହ କୋଷାଧକ୍ଷ ଶିବ ପ୍ରସାଦ ସାହୁ,କାର୍ଯ୍ୟକାରୀ ସମ୍ପାଦକ ଅଶୋକ କୁମାର ରଥ, ଉପଦେଷ୍ଟା ତୁଷାର କାନ୍ତ ନାୟକ ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଏଥିରେ କୈଳାଶ ଚନ୍ଦ୍ର ସାହୁ,ଶ୍ରୀନିବାସ ରଣା, ଦେବୀଦତ୍ତ ସାହୁ,ସଭ୍ୟ ଉମା ଶଙ୍କର ସୁବୁଦ୍ଧି, ବିଘ୍ନରାଜ ପଣ୍ଡା, ତାପସ କୁମାର ନାୟକ,ଶୁଭେନ୍ଦୁ କୁମାର ନାୟକ,ସୁଧାଂଶୁ ନନ୍ଦ, ପ୍ରଦୋଷ ପ୍ରଧାନ, ସ୍ମୃତି ରଞ୍ଜନ ସେନାପତି, ସୁନୀଲ କୁମାର ବେହେରା,ସନ୍ତୋଷ ଦାସ,ଉମାକାନ୍ତ ବାରିକ,ସାମଲ ସାହା,କ୍ଷୀରୋଧ ଚନ୍ଦ୍ର ସେଠି,ବୈଦ୍ୟନାଥ ବେହେରା, ସର୍ବଜିତ ସେଠି,ବିଶ୍ୱଜିତ ସେଠି, ମାନସ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *