
ପାଲଲହଡ଼ା :- ଅନଗୁଳ ଜିଲ୍ଲା ପାଳଲହଡା ରେଞ୍ଜ ଅନ୍ତର୍ଗତ ସଇଡା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ ନାଳ ରୁ ଗୋଟିଏ ଦନ୍ତା ହାତୀର ମୃତ ଦେହକୁ ଉଦ୍ଧାର କରିଛି ପାଳଲହଡା ବନ ବିଭାଗ,, ସୂଚନା ଅନୁଯାଇ ଆଜି ଭୋର ସକାଳୁ ଏକ ନାଳ ଭିତରେ ଗୋଟିଏ ଦନ୍ତା ହାତୀର ମୃତ ଦେହ କୁ ସଇଡା ଗ୍ରାମର କିଛି ଲୋକ ଦେଖିବାକୁ ପାଇ ଥିଲେ ଏବଂ ତୁରନ୍ତ ପାଳଲହଡା ବନ ବିଭାଗ କୁ ସୂଚନା ଦେଇଥିଲେ,, ପାଳଲହଡା ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଂଚି ମୃତ ହାତୀକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି,, ମୃତ ଦନ୍ତା ହାତୀଟି ର ବୟସ 7 ରୁ 8 ବର୍ଷ ହୋଇଥିବା ବେଳେ ନାଳ କୁ ପାଣି ପିଇବାକୁ ଯାଇ ଖସି ପଡି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ରେଞ୍ଜ ଅଧିକାରୀ କହିଛନ୍ତି,, ଦେବଗଡ଼ DFO ଓ ୱାଇଲଡ ଲାଇଫ ଏକ୍ସପୋର୍ଟ ଟିମ ଆସି ଏହାର ତଦନ୍ତ କରିବା ପରେ ପାଲଲହଡ଼ା ପଶୁ ଚିକିତ୍ସାଳୟ ର ଡାକ୍ତର ଆସି ଶବ ବ୍ୟବଚ୍ଛେଦ କରିଥିଲେ।ବ୍ୟବଚ୍ଛେଦ ର ରିପୋର୍ଟ୍ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି ।ଅନ୍ୟପକ୍ଷରେ ଗତକାଲି ଦିନତମାମ ଓଡିଶା ସରକାରଙ୍କ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ସମେତ ସମ୍ପୂର୍ଣ୍ଣ ବନବିଭାଗ ପାଲଲହଡ଼ା ଉପଖଣ୍ଡ ରେ ହାତୀ ଉପଦ୍ରବ ରୁ ସୁରକ୍ଷା ତଥା ସଚେତନତା ବାର୍ତ୍ତା ପ୍ରଚାର କରୁଥିବା ବେଳେ ସକାଳୁ ଦନ୍ତାହାତୀ ର ମୃତ ଦେହ ଉଦ୍ଧାର ସମସ୍ତ ଙ୍କୁ ବିସ୍ମିତ କରିଛି ।