ଧୁମଧାମ ରେ ପାଳନ ହୋଇଛି ଶ୍ରୀ ଚତୁର୍ଭୁଜା ମାତାଜୀ ଭକ୍ତ ମଣ୍ଡଳଙ୍କ ଦ୍ବାଦଶ ବାର୍ଷିକ ଉତ୍ସବ ।

କଟକ-୩୦-୦୩-୨୦୨୫ ରିଖ ବାଲୁ ବଜାର ଠାରେ ଥିବା ଶ୍ରୀଶ୍ୟାମ ବାବା ମନ୍ଦିର ରେ ଶ୍ରୀ ଚତୁର୍ଭୁଜା ମାତାଜୀ ଭକ୍ତ ମଣ୍ଡଳଙ୍କ ଦ୍ବାଦଶ ବାର୍ଷିକ ଉତ୍ସବ ବହୁତ ଧୁମଧାମ ତଥା ଆନନ୍ଦ ଏବଂ ଭକ୍ତିମୟ ପରିବେଶ ଭିତରେ ପାଳନ ହୋଇଯାଇଛି।ଭକ୍ତ ମଣ୍ଡଳ ର ସମ୍ପାଦକ ନରେଶ ଗନେରିୱାଲ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି କି ବହୁତ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଏଠାରେ ମାଙ୍କର ଆଶୀର୍ବାଦ ଲାଭ କରିଛନ୍ତି।ଏହି ଉତ୍ସବ ର ବିଶେଷ ଆକର୍ଷଣ ରହିଲା ଏଠାରେ ମାତାଜୀ ଙ୍କ ଦରବାର ସଜାଇବା ର କାମ ଯାହାକି କୋଲକାତା ର କାରିଗରଙ୍କ ଦ୍ବାରା ୩ ଦିନ ଧରି ଚାଲିଥିଲା । କୋଲକାତାର ସୁପ୍ରସିଦ୍ଧ କଳାକାର ବାଲକିଶନ ଶର୍ମା ମାତାଜୀଙ୍କ ଉପରେ ଆଧାରିତ ଗୋଟିଏ ପରେ ଗୋଟିଏ ଭଜନ ପରିବେଷଣ କରି କରିଥିଲେ।ତାଙ୍କର ସୁମଧୁର ସ୍ବର ଏବଂ ଭାବ ରେ ଭଜନ ପରିବେଷଣ ଶ୍ରଦ୍ଧାଳୁଙ୍କୁ ନଚିବା ପାଇଁ ବାଧ୍ଯ କରିଥିଲା।ତାଙ୍କ ବ୍ୟତୀତ ସ୍ଥାନୀୟ କଳାକାର ଦୀପକ ବାଜୋରିଆ ଏବଂ ରାହୁଲ ବଜୋରିଆ ଙ୍କ ଭଜନ ମଧ୍ୟ ଏକ ଭିନ୍ନ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ମୁଖ୍ୟ ଯଜମାନ କମଲେଶ ଗନେରିୱାଲ ସର୍ବ ପ୍ରଥମେ ମାତାଜୀଙ୍କ ଜ୍ୟୋତିକୁ ନେଇ ଫତେହପୁର ରୁ ମାତାଜୀଙ୍କୁ ନିମନ୍ତ୍ରଣ କରିଥିଲେ।ପରେ ଗଣେଷ ବନ୍ଦନାରୁ ମାତାଜୀ ଉତ୍ସବ ର ଶୁଭାରମ୍ଭ ହୋଇଥିଲା । ପରେ ପରେ ସମସ୍ତ ଭକ୍ତ ମାତାଙ୍କ ଚାଳିଶା ପାଠ କରିଥିଲେ।ଏହା ପରେ ମାତାଙ୍କ ପାଖରେ ଛପନ ଭୋଗ ଲଗା ଯାଇଥିଲା । ଆଉ ତା ପରେ ସମସ୍ତ ଭକ୍ତଙ୍କ ପାଇଁ ଭଣ୍ଡାରା ଖୋଲା ଯାଇ ପ୍ରସାଦ ଆବଣ୍ଟନ କରାଯାଇଥିଲା । ମଣ୍ଡଳର ସଭାପତି ରାଧେଶ୍ୟାମ ଗନେରିୱାଲ, ସଂଯୋଜକ ଅଶୋକ ବାଜୋରିଆ, ଅନିଲ ବାଜୋରିଆ, କୋଷାଧ୍ୟକ୍ଷ ତଥା ମିଡ଼ିଆ ପ୍ରଭାରୀ ସଜ୍ଜନ ବାଜୋରିଆ ଏବଂ ମଣ୍ଡଳ ର ସଦସ୍ୟ ଅରୁଣ ବାଜୋରିଆ, ରାଜେଶ ବଜୋରିଆ, ମନୋଜ ବାଜୋରିଆ, ପ୍ରଦୀପ ବଜୋରିଆ, ବିନୋଦ ପଂସାରି ପ୍ରମୁଖ ଏହି ଉତ୍ସବ ର ସଫଳତା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *