“ଆର୍.ଡି.ଏସ୍ ଡିଗ୍ରୀ କଲେଜରେ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ”

ବାରିପଦା/ଉଦଳା :୨୭\୦୩\୨୫
କୁଣ୍ଡାବାଇ ସ୍ଥିତ ଆର୍.ଡି.ଏସ୍ ଡିଗ୍ରୀ କଲେଜରେ ଆଠ ଦିବସୀୟ ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶରେ ଏହି ଶିବିର ଆଠ ଦିନ ଧରି ଅୟୋଜିତ ହୋଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ନିମନ୍ତେ ବିଭିନ୍ନ କଳା କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ଗିରି ଉପସ୍ଥିତ ହୋଇ ଛାତ୍ରୀ ମାନଙ୍କୁ ଅନେକ୍ ଶିଷଣୀୟ ବାର୍ତ୍ତା ପ୍ରଦାନ କରିବା ସହ ଏହି ଭଳି ପ୍ରଶିକ୍ଷଣ ଦ୍ଵାରା ଛାତ୍ରୀ ମାନେ ନିଶ୍ଚିତ ଭାବେ ନିଜକୁ ସୁରକ୍ଷା ହେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ଉଦଯାପନୀ ସଭାରେ ସମସ୍ତ ଶିବିରାଥି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଶିବିରକୁ ସେଲ୍ଫ ଡିଫେନ୍ସ କୋର୍ଡିନେଟର ଡ. ପାର୍ବତୀ ଟୁଡୁ, ଏହି ଶିବିରକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ,ସହ କ୍ରୀଡା ସଂଯୋଜକ ଡ. ଦିବ୍ୟ ରାଣୀ ତ୍ରିପାଠୀ, ଅଧ୍ୟାପକ ଡ. ଗୋପିନାଥ ଦାସ ବିଭିନ୍ନ କାର୍ଯ୍ୟକୁ ସଂପାଦନ କରିଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର ଭାବେ ମନୋରମା ବେହେରା ୧୭୭ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟକ୍ଷ ଡ. ଗିରି ଶିବିରକୁ ସଫଳ ଭାବେ ଆୟୋଜନ କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *