କୃଷକ

 

ଭାରତ ଆମର ଯେ’ କୃଷି-ପ୍ରଧାନ
ଦେଶ ଅଟଇ ମହାନ,
ଶ୍ରମିକ ସୈନିକ କୃଷକ ମଧ୍ୟରେ
କୃଷକ ଯେ’ ମହୀୟାନ ।

କାଦୁଅ – ପାଣିକୁ ସାଙ୍ଗ-ସାଥି କରି
ଖଟୁଥା’ନ୍ତି ରାତି-ଦିନ,
ଝଡ଼ – ତୋଫାନକୁ ଖାତିର ନ କରି
କୃଷି କର୍ମରେ ନିମଗ୍ନ ।

ଏକ ଶ’ ଛତିଶ କୋଟି ଜନତାଙ୍କୁ
ଯୋଗାନ୍ତି ସର୍ବଦା ଅନ୍ନ,
ଜୀବନ’କୁ ବାଜି ଲଗାଇ ଖଟନ୍ତି
ଧନ୍ୟ ସେ’ କୃଷକ ଧନ୍ୟ ।

ତଥାପି କାହିଁକି ଏ ସମାଜ ତାଙ୍କୁ
କରେ ହେୟ ପ୍ରତିପନ୍ନ,
ଲାଲ୍ ବାହାଦୂର ଶାସ୍ତ୍ରୀ କହିଲେ ବି
ଜୟ ଯବାନ – କିଷାନ !

ଆସ ଆସ ଭାଇ ଭଉଣୀ ସଭିଁଏ
କୃଷକଙ୍କୁ ଦେବା ମାନ୍ୟ,
ସେବା- ଶୁଶ୍ରୂଷା ଓ ସହଯୋଗ ବଳେ
ଦୁଃଖ କରିବା ନାଶନ !

କୃଷକ ଆମ୍ଭର ଯେ’ ପରମ ବନ୍ଧୁ
ଆଗ ତାଙ୍କୁ ସନମାନ,
ତା’ପରେ ସାହିତ୍ୟ- ସଂସ୍କୃତିରେ ହେଉ
ସର୍ବେ ଭବନ୍ତୁ ସୁଖିନଃ ।

ଶମ୍ଭୁନାଥ ଦାସ
କୋଲକାତା

Leave a Reply

Your email address will not be published. Required fields are marked *