ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପରଲୋକ

କଟକ : ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ସହକାରୀ ପରିଚାଳକ ବିଦ୍ୟାଧର ଦାସଙ୍କର ସିଡିଏସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ଘଟିଛି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଜନ୍ମ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ହୋଇଥିଲେ ମଧ୍ୟ ସେ ସିଡିଏ ସେକ୍ଟର ୯ ସ୍ଥିତ ଏସ୍ବିଆଇ କଲୋନୀରେ ପରିବାର ସହିତ ରହୁଥିଲେ । ଅବସର ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ତାଙ୍କ ପରଲୋକ ଖବର ପାଇ ଭାଇ ନାଲକୋର ଅବସରପ୍ରାପ୍ତ ଡିଜିଏମ୍ ବିଚିତ୍ରାନନ୍ଦ ଦାସ, ଗୋବିନ୍ଦପୁର ଡିଗ୍ରୀ କଲେଜର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଦାସ, ଶଳା ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ପ୍ରଫୁଲ୍ଲ କୁମାର ଦାସ, ପ୍ରତାପ କୁମାର ଦାସ, ସଢୁ ଭାଗ୍ୟଧର, ବିଦ୍ୟାଧର, ପ୍ରମୋଦ, ବିଜୟ କୁମାର ମଲିକ, ଷ୍ଟେଟ ବ୍ୟାଙ୍କ ପେନସନ ଆସୋସିଏସନ ଉପ ସଭାପତି ଜ୍ୟୋତି ମହାପାତ୍ର, ଯଦୁମଣି ବିଶ୍ୱାଳ, ଭିକାରି ମଳିକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏକମାତ୍ର ଝିଅ ଅଭିଲିପ୍ସା ମୁଖାଗ୍ନି ଦେଇଥିଲେ । ଘରେ ପତ୍ନୀ ଲଳିତା ଦାସ ଓ ଝିଅ ଅଛନ୍ତି। ତାଙ୍କ ଅକାଳ ବିୟୋଗରେ ସିଡିଏ ଓ ଜନ୍ମସ୍ଥାନ ବାଲିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *