ଭାଇ

,ଭଗବାନଙ୍କର ଅନୋଖା ସମ୍ପର୍କ
ଭାଇ ଅଟେ ତାର ନାମ
ସବୁ ଭଉଣୀ ଙ୍କ ହୃଦର ସ୍ପନ୍ଦନ
ତୁ ଆମ ରଙ୍କ ରତନ
ପଞ୍ଚ ତାରାକା ଙ୍କ ମେଳରେ ତୁହିରେ
ଆଣିଛୁ ଆଲୋକ ମାଳା
ତୋ ମୁଖରୁ ପଦେ କଥା ଶୁଣି ଦେଲେ
ପେଟ ପୁରି ଯାଏ ପରା —–

ବୟସ ରେ ଛୋଟ ଅଟେ ମୋର ଭାଇ
ବିଶାଳ ହୃଦୟ ତାର
ସଭିଙ୍କ ମନକୁ ବୁଝୁ ଥାଏ ସେତ
କରେ ନି ସେ ହତାଦର ——-
ଆପଦେ ବିପଦେ ଛିଡ଼ା ହୁଏ ଆସି
ସତେ କି ସେ ମେରୁଦଣ୍ଡ
ସାହସ ବିଶ୍ୱାସ ଭରସା ଯୋଗାଏ
ଉଚ୍ଚା କରି ତାର ମୁଣ୍ଡ —–
ଆଗରୁ ବି ଥିଲୁ ଆଜିବି ରହିଛୁ
ଆଗକୁ ଥିବୁ ମୋ ପାଶେ
ଶେଷ ଇଚ୍ଛା ମୋର ପୂରଣ କରିବୁ
ଭରସା କରିଛି ତୋତେ —–

ତୁ ମୋର ସଖା ତୁ ମୋର ଭାଇ
ତୁ ମୋ ଜୀବନ ଧନ
ତୋ ପରି ପୁଅ ସବୁ ମାଆ କୋଳେ
ଦିଅନ୍ତୁ ପ୍ରଭୁ ଜନମ
ଦିଅନ୍ତୁ ପ୍ରଭୁ ଜନମ
——****———
ନିରୁପମା ସ୍ୱାଇଁ
ବାରିପଦା

Leave a Reply

Your email address will not be published. Required fields are marked *