
କଟକ ତା ୧୪.୦୩.୨୦୨୫ରିଖ ଶୁକ୍ରବାର ପବିତ୍ର ଫଗୁପୂର୍ଣମୀ ତିଥିରେ ଉଦୟଭାନୁ ସାହିତ୍ୟ ସଂସଦର ୨୫ତମ ଫଗୁଣ-ରସ-ରଙ୍ଗ ଉତ୍ସବ ସଂସଦ ପରିସର, ଡାଇରୀଫାର୍ମ ଛକ, ମଧୁପାଟଣା,କଟକଠାରେ ଉଦୟଭାନୁ ସାହିତ୍ୟ ସଂସଦର ଉପ-ସଭାପତି ତଥା ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି।ଏହି ଭବ୍ୟ ସମାରୋହକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ ରମ୍ଭାକର ରାଉତ, ପ୍ରାକ୍ତନ ନିର୍ଦ୍ଦେଶକ, ପ୍ରାଣୀପାଳନ ଓ ପଶୁ ଚିକିତ୍ସା ବିଭାଗ, ଓଡ଼ିଶା ସରକାର। ବରେଣ୍ୟ ଅତିଥି ଭାବେ ଜ୍ଞାନ ହୋତା ଏବଂ ସମ୍ମାନିତ ଅତିଥି ଭାବେ ଇଂ ସୌରାଂଶୁ ପଟ୍ଟନାୟକ ଯୋଗ ଦେଇଥିଲେ | ଶତାବ୍ଦୀ ଶତାବ୍ଦୀ ବ୍ୟାପୀ କବି ଲେଖକଙ୍କ ଲେଖନୀ ମୁନରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ରଦ୍ଧିମନ୍ତ ହୋଇ ଆସିଛି । ଆଗକୁ ଯୁବ ପୀଢ଼ି ଏହାକୁ ବହନ କରିବେ ବୋଲି ଅତିଥିମାନେ ମତ ଦେଇଥିଲେ।ପ୍ରାରମ୍ଭରେ ଆୟୋଜିତ କବିତା ପ୍ରତିଯୋଗିତାରେ ସମ୍ମାନନୀୟ ବିଚାରକ ଥିଲେ ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ଶ୍ରୀ ବିଭୁପ୍ରସାଦ ନାୟକ (ଧର୍ମଛଡ଼ା) ପ୍ରମିଳା ପତି ଓ ଶାନ୍ତି ରାଜେଶ।ସଂଯୋଜନା କରିଥିଲେ ବାବାଜୀ ଚରଣ ଲେଙ୍କା ଓ ପ୍ରେମାନନ୍ଦ ସେଠୀ ,ଆଦିତ୍ୟ ପ୍ରତାପ ଧଳ, ବିଧୂଭୂଷଣ ମହାନ୍ତି, ରାଜକିଶୋର ସାଇଁ, ଚୈତନ୍ୟ ରାଉତ, ଶରତ ଚନ୍ଦ୍ର ମହାନ୍ତି, ନିରୁପମା ମିଶ୍ର, ଡକ୍ଟର ଧୂରେନ୍ଦ୍ରନାଥ ନାୟକଙ୍କ ସମେତ ୬୦ ଜଣ କବି ସରଚିତ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରୁ ୧ମ ପୁରସ୍କାର ‘ରସିକ ରାଜ’ ଉପାଧ ଶ୍ରୀମତୀ ଚିନ୍ମୟୀ ଆଚାର୍ଯ୍ୟ, ୨ୟ ପୁରସ୍କାର ‘ରସିକ ଶେଖର’ ଉପାଧ୍ ଶୁନୀ ଦାସ, ୩ୟ ପୁରସ୍କାର ଭୂମିମିଣି` ସୁଶୀଲ ଗାଉତ ଓ କଥନୀକା ସତନ୍ତ୍ର ପୁରସ୍କାର ଶ୍ରୀମତୀ ଶାତିଲତା ସିଂହଦେଓ ଲାଭ କରିଥିଲେ । ଏହି ସମସ୍ତ ପୁରସ୍କାର ସଂସଦର ସଂଗଠନ ସମ୍ପାଦକ ସୁଧୀର କୁମାର ନାୟକ ନିଜ ପିତାମାତାଙ୍କ ମିଳିତ ନାମରେ ‘କାହ୍ନୁ କ୍ଷେତ୍ରମଣି’ ସମାନ ରୂପରେ ପ୍ରଦାନ କରିଥିଲେ । ସହଯୋଗ କରିଥିଲେ ଅର୍ଜନାରାଣୀ ଭୂୟାଁ ଓ ଗୀତାଞ୍ଜଳି ପୃଷ୍ଟି । ମଞ୍ଚକୁ ଆମନ୍ତ୍ରଣ କରିଥିଲ ବ୍ରହ୍ମାନନ୍ଦ ମହାନ୍ତି। ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଶତୃଘ୍ନ ପଟ୍ଟନାୟକ, ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସମ୍ପାଦିକା ସରୋଜିନୀ ମିଶ୍ର । ପରିଶେଷରେ ଧନ୍ୟବାଦ ଦେଇଥିଲେ ପାଠାଗାର ସମ୍ପାଦକ କଲ୍ୟାଣୀ ନାୟକ, ସାମଗ୍ରୀକ ଭାବରେ ସହଯୋଗ କରିଥିଲେ କୃଷ୍ଣଚନ୍ଦ୍ର ପଣ୍ଡା, ଅଶ୍ବିନୀ କୁମାର ସେଠୀ, ପ୍ରେମାନନ୍ଦ ସାଇଁ, ଛବିରାମ ସେଠୀ ଓ ଅଜୟ କୁମାର ବିଶ୍ୱାଳ । ସର୍ଗଧାମ ସେବା ସମିତିର ସଭାପତି ଶରତ କୁମାର ସାହୁ ଏହି ଅବସରରେ ଅବିର ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।