୧୨୯ତମ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ l

ପାରାଦୀପ : 23/1 :ପାରାଦୀପ ନେତାଜୀ ମେମୋରିଆଲ ଟ୍ରଷ୍ଟ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୯ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଇ ଥିଲା l ବଡପଡ଼ିୟା ବସଷ୍ଟାଣ୍ଡ ନିକଟରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଷ୍ଟlଚୁ କୁ ବିଭିନ୍ନ ପୁଷ୍ପ ମାଲ୍ୟରେ ସୁସଜ୍ଜିତ ଭାବେ ସଜାଯାଇ ଥିବା ବେଳେ ଆଜି ସକାଳ ନ ଘଟିକା ସମୟର ନେତାଜୀ ମେମୋରିଆଲ ଟ୍ରଷ୍ଟ ସଭାପତି ପବିତ୍ର ମିଶ୍ର ଙ୍କ ପୌରହିତରେ ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ନେତାଜୀଙ୍କ ଷ୍ଟାଚୁ ନିକଟରେ ପହଞ୍ଚି ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ଵାଳ ଯୋଗଦେଇ ଦେଇଥିବା ଦେଖାଯାଇ ଥିଲା l ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ସବିତା ମହାପାତ୍ର, ମନୋରମା ଖଟୁଆ, ଓ ବହୁ ମାନ୍ୟ ଗଣ୍ୟ ବେକ୍ତୀ ଯୋଗଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ଏଥିସହ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୀବନୀ ଉପରେ ସମସ୍ତ ଅତିଥି ମାନେ ନିଜ ନିଜ ର ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *