ଅଲମ୍ପିକ ପଦକ ବିଜେତା ଦୂତ୍ତି ଚାନ୍ଦ ଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ଦେଲେ ରାମଚଣ୍ଡୀ ପୂଜା କମିଟି ।

ଛତ୍ରପୁର :

(ମିଥୁନ ବାରିକ୍)

    ଛତ୍ରପୁର :   ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ ଙ୍କ ଅନୁରୋଧ ରକ୍ଷାକରି ଭାରତର କ୍ରୀଡା ଜଗତର ପ୍ରତିଭା ଅଲମ୍ପିକ ପଦକ ବିଜେତା ଓ ଅର୍ଜୁନ ପୁରସ୍କାର ପ୍ରାପ୍ତ ଅନ୍ତର୍ଜାତୀୟ ଧାବିକା ଦୂତ୍ତି ଚାନ୍ଦ ମାଁ ରାମଚଣ୍ଡୀ ପୀଠକୁ ମାଁ ଙ୍କ ଦର୍ଶନ କରିବାକୁ ଆସି ମା'ଙ୍କ ଆଶିଷ ଲାଭ କରିଥିଲେ l ଏହି  ଅବସରରେ ତାଙ୍କୁ  ମା' ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ତରଫରୁ ଆନୁଷ୍ଠାନିକ ଭାବେ ମାଁ ରାମଚଣ୍ଡୀ ଙ୍କ ପଟଚିତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏଥିରେ  ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ,ପୂଜା କମିଟୀ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ପୂଜା କମିଟୀ  ସଭାପତି ଶ୍ରୀ ଅଜୟ ନାୟକ, ସୁଧୀର ମହାରଣା  ପ୍ରମୁଖ ଉପସ୍ଥିତ ଥିଲେ l ସେ ମନ୍ଦିର ପରିସର ବୁଲି ଦେଖିବା ସହ ଟ୍ରଷ୍ଟ ଓ କମିଟି ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *