ଶିଳ୍ପ ମନ୍ତ୍ରୀ ଙ୍କ ଜନ୍ମଦିନ ରେ ଶହ ଶହ ଶୁଭେଛୁ ଓ କର୍ମୀଙ୍କ ସମାବେଶ ପରିଲକ୍ଷିତ l

ପାରାଦୀପ : ଓଡିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ଜନ୍ମ ଦିନ ଅବସରରେ ପ୍ରଥମେ ବଳିଝରା ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ରରେ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି ରୋଗୀମାନଙ୍କ ସହ ପରାମର୍ଶ କରିଥିଲେ l ପରେ ପରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟା କେନ୍ଦ୍ରରେ ଶିଳ୍ପ ମନ୍ତ୍ରୀଙ୍କ ଜନ୍ମ ଦିନ ମହା ସମାରୋହରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନେ ଶହ ଶହ ସଂଖ୍ୟାରେ ଏକ ତ୍ରିତ୍ ହୋଇ ମିଳିତ ଭାବେ ମନ୍ତ୍ରୀଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ କେକେ କାଟି ଧୁମ୍ ଧାମରେ ଜନ୍ମ ଦିନ ପାଳନ କରିଥିଲେ l ପରେ ମନ୍ତ୍ରୀ ଜିରୋ ପଏଣ୍ଟ ସ୍ଥିତ କର୍ଯ୍ୟା ଳୟରେ‌‌ ପହଞ୍ଚି ଥିଲେ ସେଠାରେ ପାରାଦୀପ ର ହଜାର ହଜାର ସଂଖ୍ୟାରେ ଶୁଭେଛୁ, ଦଳୀୟ କର୍ମୀ ଓ ବହୁ ସଙ୍ଗଠନ ର କର୍ମକର୍ତ୍ତା ପହଞ୍ଚି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ କେକ କାଟିବା ସହ ମଉଜ ମଜ ଲିସି କରି ବହୁ ଆଡମ୍ବର ସହକାରେ ଜନ୍ମ ଦିନ ପାଳନ କରିଥିଲେ l ଏଥି ସହ ସମସ୍ତ ଜନସାଧାରଣ ଖାଦ୍ୟ ପେୟ ଗ୍ରହଣ କରି ଘରକୁ ଫେରିଥିଲେ l ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଭେଛୁ ଓ ଦଳୀୟ କର୍ମୀ ମାନଙ୍କ ଭିଡ ଜନ୍ମ ଦିନ ଉପଲକ୍ଷେ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *