
ଗଞ୍ଜାମ : ୧୩.୦୧.୨୫
(ମିଥୁନ ବାରିକ୍)
ଗଞ୍ଜାମ : ଗଞ୍ଜାମ ସହର ସ୍ଥିତ କଲେଜ ରୋଡ଼ରେ ଅବସ୍ଥିତ ମା ଦଣ୍ଡ କାଳୀଙ୍କ ମନ୍ଦିରରେ ଶନିବାର ସିସି ଟିଭି କ୍ୟାମେରା ଲାଗିଥିବା ଜଣାପଡିଛି । ଗଞ୍ଜାମ ସହର ଦା ଇକୋ ୱାରିଆର୍ ଏବଂ ଯୁବ ସ୍ଵଚ୍ଛା ସେବୀ ସୁଧୀର କୁମାର ପାଢ଼ୀ ମିଳିତ ସହଯୋଗରେ ଉକ୍ତ ସିଶି ଟିଭି କ୍ୟାମେରା ଲାଗିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଈଛି ।
ଗତ କିଛି ବର୍ଷ ହବ ଉକ୍ତ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୩ ଦିନିଆ ମାନସିକ ଦଣ୍ଡ ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ମାନସିକ ପୁରଣ କରିଥାନ୍ତି ।ଗତ ମାସରେ ଗଞ୍ଜାମ ସହର ଓ ରମ୍ଭା ଅଞ୍ଚଳ ର ବିଭିନ୍ନ ମନ୍ଦିର ଏମିତିକି ଉକ୍ତ କାଳୀ ମନ୍ଦିର ରୁ ମାଙ୍କ ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାର ଓ ଦାନ ହୁଣ୍ଡିରୁ ଟଙ୍କା ସୁନା ଲୁଟି ନେଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗଞ୍ଜାମ ଥାନାରେ ଏତଲା ଦିଆଯାଇଥିଲା ।