ଓମ ସରସ୍ୱତୀ ଶିଶୁମନ୍ଦିରରର ବାର୍ଷିକୋତ୍ସଵ

କଟକ- ମଦନମୋହନ
ମାର୍କେଟସ୍ଥିତ ଓମ୍ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଓ କିଣ୍ଡର ଗାର୍ଡେନ୍ ପ୍ଲେ ସ୍କୁଲର ଆନୁକୁଲ୍ୟ ରେ ୨୦ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଉଦ୍‌ଘାଟକ ଭାବେ ଗ୍ରାମ୍ୟ ସ୍ବରାଜର ସଭାପତି ଓ ସମାଜସେବୀ
ବ୍ରହ୍ମାନନ୍ଦ ମହାନ୍ତି, ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ. ଏସ୍. କେ. କଲିମୁଲାହା, ମୁଖ୍ୟ ବକ୍ତାଭାବେ ସମାଜସେବୀ ପ୍ରଫେସର ଅଶୋକ ବାରିକ୍, ସମ୍ମାନୀତ ଅତିଥି ଭାବେ କର୍ପୋରେଟର ମିନା ସାହୁ, ସମାଜସେବୀ ଦିବାକର ସାହୁ
, ସୁବାଶ ଚନ୍ଦ୍ର ନାୟକ ଯୋଗ ଦେଇ ଶିଶୁମାନଙ୍କୁ ଭଲ
ମଣିଷ ହେବା ଦିଗରେ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ତଥା ପ୍ରଧାନ ଗୁରୁଜୀ କୈଳାସ ଚନ୍ଦ୍ର ବାରିକ ସ୍ବାଗତ ଭାଷଣରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ସୁକାନ୍ତି ମହାରଣା
ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଆଚାର୍ଯ୍ୟା କାଦମ୍ବିନୀ ମୁଦୁଲୀ ଧନୀବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ଅଞନା ସେନାପତି, ଜୟଶ୍ରୀ ପରିଜା, କବିତା ମହାନ୍ତି,
ସସ୍ମିତା ପ୍ରିୟଦର୍ଶନୀ ମିଶ୍ର, ଅବନ୍ତୀ ସାହୁ, ଶକୁନ୍ତଳା ରାୟ, କଲ୍ୟାଣୀ ସାହୁ, ରୀତାରାଣୀ ସାହୁ, ସବିତା ବେହେରା,
ଶୁଭଶ୍ରୀ ସେଠୀ, ସ୍ମୃତିଶିଖା ଆଚାର୍ଯ୍ୟ, ନାଜ୍ ବେଗମ୍ , ଅଙ୍କିତା ସାହୁ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିବାରେ
ସହଯୋଗ କରିଥିଲେ । ସେହିପରି ଉଦଯାପନ
ଉତ୍ସବରେ ଉଦ୍ଘାଟକ ଭାବେ ମାନେଜିଙ୍ଗ୍ ଟ୍ରଷ୍ଟିର ଚିରଞୟ
ସାହୁ, ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞନ ବିଶ୍ଵାଳ, ମୁଖ୍ୟ ବକ୍ତାଭାବେ ସମାଜସେବୀ ମୀରା ବେଉରା, ସମ୍ମାନିତ ଅତିଥି ଧୀରେନ୍ଦ୍ରନାଥ ନାୟକ ଓ ଅମରେନ୍ଦ୍ର ମହାପାତ୍ର , ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ସ୍ବତନ୍ତ୍ର ଅତିଥି ଭାବେ ସନ୍ନ୍ୟାସୀ ଇନ୍ଦ୍ର ନୀଳମାଧବ ଦାସ ଯୋଗ ଦେଇ ଶିଶୁମାନଙ୍କୁ ଭଲ ମଣିଷ ହେବା ଦିଗରେ ଦିଗ୍ ଦର୍ଶନ
ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କୈଳାଶ ଚନ୍ଦ୍ର ବାରିକ ସ୍ବାଗତ ଭାଷଣ ରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ସୁକାନ୍ତି ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଆଚାର୍ଯ୍ୟା କାଦମ୍ବିନୀ ମୁଦୁଲୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟା, ଆଚାର୍ଯ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *