
ପାଲଲହଡା -ପାଲଲହଡା ଉପଖଣ୍ଡ ଈଶ୍ୱରନଗର ଗ୍ରାମପଞ୍ଚାୟତ ବାର୍ହାକୁଦାର ଓ ଦ୍ବିବେଦୀ କଲୋନୀ ଗ୍ରାମ ରେ ତିନି ଦିନଧରି ଚାଲିଥିବା କପ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଷୋହଳ ଗୋଟି ଫୁଟବଲ ଦଳ କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅୟୋଜିତ ହୋଇଥିଲା।ଫାଇନାଲ ମ୍ୟାଚ ରେ ସମଳ ଫୁଟବଲ ଦଳ ଏବଂ ଦାମୋଦର ପୁର ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ସମଳ ଦଳ ବିଜୟଲାଭ କରି କପ ର ଚମ୍ପିୟାନ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅଥିତି ଭାବେ ପାଲଲହଡା ପୂର୍ବତନ ବିଧାୟକ ମୁକେଶ ପାଲ ଯୋଗଦେଇ ଥିବା ବେଳେ ସଂମାନ୍ନୀତ ଅଥିତି ଭାବେ ବ୍ଲକ ଅଧକ୍ଷା ରୀନା ରାଣୀ ନାଏକ, ଭଂଜ କଣ୍ଡାଙ୍କେଲ ହେମ୍ବ୍ରମ, ପ୍ରମୁଖ ଯୋଗ ଦେଇଥିଲେ।ଖେଳ ପରିସମାପ୍ତି ପରେ ମଂଚାସୀନ ଥିବା ଅତିଥି ଗଣ ବିଜେତା ସମଳ ଦଳ କୁ 12 ହଜାର ଟଙ୍କା ଏବଂ ଚମ୍ପିୟାନ ଟ୍ରଫି ଓ ଉପବିଜେତା ଦାମୋଦରପୁର ଦଳ କୁ 10 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ।ରେଫରୀ ବସନ୍ତ ବେହେରା, ଜୟନ୍ତ କୁମାର ସୋରେନ, ପଦ୍ମବର୍ଣ ମହାନ୍ତ ଖେଳ ପରିଚାଳନା କରିଥିଲେ ବାର୍ହାକୁଦାର, ଦ୍ବିବେଦୀ କଲୋନୀ ଗ୍ରାମର, ଯତୀନ୍ଦ୍ର କୁମାର ଦ୍ବିବେଦୀ, ହରିଶ ସୀଙ୍କୁ, ଜଗଦିଶ ସୀଙ୍କୁ ଗୁଣନିଧି ଦ୍ବିବେଦୀ, ଖଗେଶ୍ୱର ମହାନ୍ତ, ମଙ୍ଗଲ ଚେର, ଦେବେନ୍ଦ୍ର ସୋରେନ, ରାଜେଶ ବନସିଂ, ଉଗ୍ରେସର ସମଡ଼ ଓ ସମସ୍ତ ଖେଳାଳି ଏବଂ ଯୁବକ ସଂଘ ଖେଳ ପରିଚାଳନାରେ ସହଯୋଗ କରିଥିଲେ।