“ମୟୂରଭଞ୍ଜ ଜିଲ୍ଲାରେ ସୂଚନା ଅଧିକାର ଆଇନ୍-୨୦୦୫,ସ୍ବେଚ୍ଛଚାରଗ୍ରସ୍ତ”

ବାରିପଦା,ଉଦଳା(କ:ବ୍ଯୁ)-୨୫\୧୨\୨୪ ଦେଶରେ ଘଟୁଥିବା ଅନିୟମିତତା ରେ ଅଙ୍କୁଶ ଲଗାଇବା ନିମନ୍ତେ
ତତ୍କାଳୀନ ଭାରତ ସରକାର ସୂଚନାଅଧିକାର ଆଇନ୍ ୨୦୦୫ ପ୍ରଣୟନ କରିଥିବାରୁ ଆମ ଦେଶର ନାଗରିକମାନଙ୍କୁ ସେଥିନିମନ୍ତେ ଆବେଦନ କରିବାର ଅଧିକାର ଦିଆଯାଇଛି। କାର୍ଯ୍ଯରେ ସ୍ବଚ୍ଛତା,ସହଳତା ଆଣିବା ତଥା ଲୋକଙ୍କ ମଧ୍ୟରେ ଏହି ଆଇନ୍ ର ସଚେତନତା ସୃଷ୍ଟି ପାଇଁ ସରକାର ପର୍ଯ୍ଯାପ୍ତ ପରିମାଣର ଅର୍ଥ ବ୍ଯୟ କରି
ସୂଚନା ଅଧିକାରୀ,୧ମ ଅପୀଲ ଅଧିକାରୀ ଓ ୨ୟ ଅପୀଲ ଅଧିକାରୀ ହିସାବରେ ଜଣେ ସ୍ବତନ୍ତ୍ର କମିଶନର ନିଯୁକ୍ତ କରିଅଛନ୍ତି। ଏହି କାର୍ଯ୍ଯାଳୟ ରାଜ୍ଯରେ ।ସୂଚନାଅଧିକାର ଆଇନ୍ ୨୦୦୫ ଅନୁଜାୟି ଆଇନାନୁମୋଦିତ ସୂଚନା ମାନ ପ୍ରାପ୍ତିପାଇଁ ସଠିକ ଢଙ୍ଗରେ ଆବେଦନ କରିଥିବା ଆବେଦନକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ପ୍ରଦାନ କରିବାର ନିୟମ ଥିଲେମଧ୍ଯ କିଛି ଅଧିକାରୀ କେତେକ କ୍ଷେତ୍ରରେ ଆବେଦନକାରୀଙ୍କ ଆପତ୍ତିର ଶୁଣାଣି ନିମନ୍ତେ ନିର୍ଦ୍ଧାରିତ ସ୍ଥାନ,ତାରିଖ ଓ ସମୟରେ ଉପସ୍ଥିତ ରହିବାପାଇଁ କାର୍ଯ୍ଯାଳୟ ପତ୍ର ଦ୍ବାରା ବାରମ୍ବାର ଡକାଇ ନିଜେକାର୍ଯ୍ଯକର୍ତ୍ତା ଅନୁପସ୍ଥିତ ରହୁ ଥିବାରୁ ଆବେଦନକାରୀ ଜଣକ ଅପେକ୍ଷା କରି ଶେଷରେ ଫେରିବା ପାଇଁ ବାଧ୍ଯ ହୁଏ।ମାତ୍ର ସେତେବେଳକୁ ସରକାରଙ୍କ ଦ୍ବାରା ଚିହ୍ନିତ (ବି.ପି.ଏଲ୍) ଅତିଗରୀବ ଲୋକଟି ସେହି ଦିନକର ରୋଜଗାର ହରାଇ ଅଭାବ ଗ୍ରସ୍ତ ହୋଇ ପଡିଥାଏ।ଏହିପରି କେତେଥର ହେବା ପରେ ଅଧିକାରୀ ଜଣକ ତା୦୫\୦୭\୨୪ରିଖରେ ତାଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ୟା ୨୪୫୫ମୂଳେ ଦେଇଥିବା ନୋଟିସ୍ ପର ଠାରୁ ପ୍ରାୟ ୪ମାସରୁ ଉର୍ଦ୍ଧ୍ବ ସମୟର ନୀରବତା ପରେ ତା୨୦\୧୧\୨୪ରିଖରେ ଉକ୍ତ ଅଧିକାରୀଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ୟା ୪୨୨୧ମୂଳେ ଅପ୍ରତ୍ୟାପଶିତ ଭାବେ କିଛି ସୂଚନା ଆବେଦନକାରୀଙ୍କ ନିକଟକୁ ରେଜେଷ୍ଟ୍ରି ଡାକ ଯୋଗେ ପଠାଇଛନ୍ତି।ମାତ୍ର ତାହା ଆବେଦନକାରୀ ତାଙ୍କ ଆବେଦନ ପତ୍ରରେ ଚାହିଁଥିବା ସୂଚନା ପ୍ରକାରର ନୁହେଁ ।ଯାହାକି ସଂପୃକ୍ତ ଅଧିକାରୀ ମାନଙ୍କ ଏତାଦୃଶ କାର୍ଯ୍ଯକଳାପ ଆମ ଦେଶରେ ପ୍ରଚଳିତ ସୂଚନା ଅଧିକାର ଆଇନ୍-୨୦୦୫ ର କାର୍ଯ୍ଯାନ୍ବୟନ କୁ ଅଙ୍ଗୁଳିନିର୍ଦ୍ଦେଶ କରୁଅଛି।ଏଥିପାଇଁ ଉଦାହରଣରେ ଆମେ ଉଦଳାସ୍ଥିତ B.D.O ଙ୍କ କାର୍ଯ୍ଯକଳାପ କୁ ଦେଇପାରିବା।ଏହାର ଆଶୁ ନିରାକରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଅଛି।ଇତି ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *