ପାରାଦ୍ଵୀପ ଆଇଓସିଏଲ ରେ ଓଡ଼ିଶାର ପ୍ରଥମ ବ୍ଲଗ୍ ବଟମ ପଲି ବ୍ୟାଗ ପ୍ଲାଣ୍ଟ ପ୍ଲାଷ୍ଟିକ ପାର୍କ ପାରାଦୀପ ର ତୃତୀୟ କମ୍ପାନୀ ଭାବେ ଉଦଘାଟିତ

ପାରାଦ୍ଵୀପ :; ପାରାଦ୍ଵୀପ ଆଇଓସିଏଲ ରେ ଓଡ଼ିଶାର ପ୍ରଥମ ବ୍ଲଗ୍ ବଟମ ପଲି ବ୍ୟାଗ ପ୍ଲାଣ୍ଟ ପ୍ଲାଷ୍ଟିକ ପାର୍କ ପାରାଦୀପ ର ତୃତୀୟ କମ୍ପାନୀ ଭାବେ ଉଦଘାଟିତ ହୋଇଥିବା ଏନରଗନ୍ ପଲିମେଟେଲିକ୍ ପ୍ରାଇଭେଟ୍ ଲିଃମିଟେଡ ଏହାକୁ ଆଇଓସିଏଲ ଓ ଇଡକୋ ର ସହଭାଗିତାରେ ତିଆରି କରାଯାଇଛି। ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ଲାଷ୍ଟିକ ପାର୍କ ରେ ୧୬ ଟି କମ୍ପାନୀ ଇଡକୋ ନିକଟରୁ କମ୍ପାନୀ କରିବା ପାଇଁ ଜାଗା ନେଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ତିନୋଟି କମ୍ପାନୀ ନିଜର ୟୁନିଟ ତିଆରି କରିଛନ୍ତି। ଆଗାମୀ ଦିନରେ ଏଠାରେ ଆଇଓସିଏଲ ୬୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାପାଇଁ ସ୍ଥିର ହେଇଛି। ଏଠାରେ ମୁଖ୍ୟତଃ ଆଇଓସିଏଲ ରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ପ୍ଲାଷ୍ଟିକ ସାମଗ୍ରୀ ତିଆରି କରାଯିବ। ଏନରଗନ୍ ପଲିମେଟେଲିକ୍ ପ୍ରାଇଭେଟ୍ ଲିଃମିଟେଡ ଏଠାରେ ପ୍ଲାଷ୍ଟିକ ବ୍ୟାଗ୍ , ଲାମିଟେଡ୍ , ନନ୍ ଲାମିଟେଡ୍ ବ୍ୟାଗ୍ ଓ ବ୍ଲଗ୍ ବଟମ୍ ପଲୀ ବ୍ୟାଗ୍ ତିଆରି କରିବ। କମ୍ପାନୀ ଏଠାରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳ ସମେତ ଓଡ଼ିଶାରେ ଯୁବକ ଯୁବତୀ ମାନେ ନିଯୁକ୍ତି ପାଇବା ସହ ଆତ୍ମନିଯୁକ୍ତି ବଢିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *