
କଟକ ତା୨୨.୧୨.୨୪ ତାରିଖ ବିଜ୍ଞାନ ପ୍ରଚାର ସମିତି ର ପାକ୍ଷିକ ଅଧିବେଶନ ଦୋଳମୁଣ୍ଡାଇ ସ୍ଥିତ ସମିତି କାର୍ଯ୍ୟାଳୟ ପରିସରରେ ଡଃ. ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଜ୍ଞାନ ପ୍ରଚାର ସମିତି ର ଆଜୀବନ ସଭ୍ୟ ତଥା ପୂର୍ବତନ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସିଂହ ଙ୍କ ଅକାଳ ବିୟୋଗ ରେ ଏକ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଭାପତି ସ୍ମୃତି ଚାରଣ କରି କହିଥିଲେ , ପ୍ରଫେସର ବୈଷ୍ଣବ ଚରଣ ସିଂହ ଙ୍କ ଅସମୟରେ ମୃତ୍ୟୁ ବିଜ୍ଞାନ ପ୍ରଚାର ସମିତି ର ସଭ୍ୟମାନଙ୍କୁ ଗଭୀର ଶୋକାଭିଭୂତ କରିଛି। ସମିତିର ଉତ୍ଥାନରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା। ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ଶିକ୍ଷାର୍ଥୀ ମାନଙ୍କ ମହଲରେ ସୁପରିଚିତ ଥିଲେ। ସେ ଥିଲେ ଜଣେ ଜନପ୍ରିୟ ବିଜ୍ଞାନ ଲେଖକ ଏବଂ ସୁବକ୍ତା। ସେ ଥିଲେ ବଡ଼ ବନ୍ଧୁପ୍ରେମୀ ଓ ସୁଗବେଷକ। ତାଙ୍କର ଆତ୍ମା ସଦଗତି ଲାଭ କରୁ। ଏହି ଅଧିବେଶନରେ ଡଃ ଆଶୁତୋଷ ଦେବତା ଙ୍କ ଲିଖିତ ପୁସ୍ତକ ‘ ବିଜ୍ଞାନ ଓ ପରିବେଶ ‘ ଉନ୍ମୋଚିତ ହୋଇଥିଲା । ଆସନ୍ତା ଜାନୁୟାରୀ ପାଞ୍ଚ ତାରିଖରେ ପାଳନ ହେବାକୁ ଥିବା ସମିତିର ବାର୍ଷିକ ଉତ୍ସବ ସମ୍ପର୍କିତ କେତେକ ଆଲୋଚନା କରାଯାଇଥିଲା। ଆଲୋଚନାରେ ସହଯୋଗ କରିଥିଲେ ଡଃ ଭାରତୀ ବେହେରା, ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ, ଡଃ ସୁବାସିନୀ ଲେଙ୍କା , ଈଂ ଧୀରେନ୍ଦ୍ର କୁମାର ବିଶ୍ବାଳ,ଶ୍ରୀ ସୁକାନ୍ତ କିଶୋର ମହାନ୍ତି, ଡଃ ହେମନ୍ତ କୁମାର ପରିଡ଼ା, ଶ୍ରୀ ବ୍ରଜବନ୍ଧୁ ପୃଷ୍ଠି, ଡଃ ଦେବେନ୍ଦ୍ରନାଥ ସାହୁ , ଡଃ ଶିବ ଶଙ୍କର ନାୟକ , ଡଃ ଅକ୍ଷୟ କୁମାର ଦାଶ । ପୂର୍ବ ଅଧିବେଶନ ର ବିବରଣୀ ପାଠ କରିଥିଲେ ଯୁଗ୍ମ ସମ୍ପାଦିକା କବିତା ପାଟ୍ଟଶାଣୀ ଏବଂ ଶ୍ରୀ ଅରବିନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ।