
ରାୟଗଡା (କ: ପ୍ର : )ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡିଶା ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ (ରାଜ୍ୟ ସରକାର) ମିଳିତ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ତାରିଖ: ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାରା ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଦିବାସୀ ଅଧ୍ୟୁଷିତ ଏବଂ ଉପାନ୍ତ ରାୟଗଡ଼ ଜିଲ୍ଲାର ୫ ଜଣ ଦିବ୍ୟାଙ୍ଗ ଖେଳାଳି ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଓଡ଼ିଶା ପାରା ଆଥଲେଟିକ୍ସ ଅଧ୍ୟକ୍ଷ ମାର୍କଣ୍ଡ ରେଡ଼ିଙ୍କ ତତ୍ତ୍ୱାବଧାନରେ ରାୟଗଡ଼ ଜିଲ୍ଲାର ଦିବ୍ୟାଙ୍ଗ ଯୁବକ ମାନେ କ୍ରୀଡ଼ା ପ୍ରତିଯୋଗିତାରେ ସୁଯୋଗ ପାଇଛନ୍ତି । ରାୟଗଡ଼ ଜିଲ୍ଳାର ୫ ଜଣ ପାରା ଆଥଲେଟିକ୍ସ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚର ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲି, ଗୁଣୁପୁର ସ୍ଥିତ ଏ.ବି.ଏସ୍.କେ.ପୀ ଡ଼ିଗ୍ରୀ କଲେଜର ଉପ-ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ମେଲାକା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସେକ୍ ଆଲିନୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଉପଖଣ୍ଡ) ଶ୍ରୀକାନ୍ତ ପାଣିଗ୍ରାହୀ, ସାଇ ବାବା ଗିଫ୍ଟ ଷ୍ଟୋର ମାଲିକ୍ ରଘୁନାଥ ପାତ୍ର ଓ ଏକ୍ସିକ ବ୍ୟାଙ୍କ୍ ସୁରକ୍ଷା କର୍ମୀ ଶ୍ରୀ କାମେଶ ବିଡ଼ିକା ସଦୟ ରାୟଗଡ଼ ରେଳ ଷ୍ଟେସନରେ ପହଞ୍ଚିଥିଲେ । ରଘୁନାଥ ପାତ୍ର ସମସ୍ତ ଖେଳାଳୀ ମାନଙ୍କୁ ଖାଦ୍ୟ ଯୋଗାଇ ମହାନତା ଦେଖାଇଥିବା ବେଳେ ରାୟଗଡ଼ ଜିଲ୍ଲାର ୫ ଜଣ ଦିବ୍ୟାଙ୍ଗ ଖେଳାଳି ରହିତ୍ ନାଏକ, ରଥିରାମ ଗଉଡ଼, ଚିରଞ୍ଜୀବି ପାତିକା, ଶଙ୍କର ଖୋସଲା ଏବଂ ଦେଙ୍ଗାକୁରୁ ଜିରିମୀଆଁ ଇତ୍ୟାଦି ବହୁତ୍ ଉତ୍ସାହିତ ହୋଇଛନ୍ତି । ରାତିରେ ରାୟଗଡ଼ ରେଳ ଷ୍ଟେସନ ଠାରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରି ମେଡାଲ୍ ଆଣିବୁ ବୋଲି ଖେଳାଳି ରୋହିତ ନାଏକ ମତବ୍ୟକ୍ତ କରୁଛନ୍ତି । ପ୍ରକାଶ ଥାଉ କି, ଓଡିଶା ପାରା ସୁଇମିଂ ମୁଖ୍ୟ ସୁଶାନ୍ତ କୁମାର ମଲ୍ଲିକ, ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନ୍ ସଂପାଦକ ସୁନିଲ୍ କୁମାର ପ୍ରଧାନଙ୍କ ଆପ୍ରାଣ ଚେଷ୍ଟା ଯୋଗୁଁ ଏହା ସମ୍ଭବ ବୋଲି ଓଡିଶା ବିକଳାଙ୍ଗ ମଞ୍ଚର ସଂପାଦକ ପ୍ରତିକ୍ରିୟା ଦେଇଛନ୍ତି । ରାୟଗଡା ରୁ ତପନ କାଡ୍ରାକା ଙ୍କ ରିପୋର୍ଟ l