





ସୁନାବେଡ଼ା:୨/୧୨/ : ମିଗ ନଗରୀ ସୁନାବେଡ଼ା ସ୍ଥିତ ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ’ ଏବଂ ‘ସେବକ ଦଳ’ ମିଳିତ ଆନୁକୁଲ୍ୟରେ ୨୦୨୪ ବର୍ଷ ପାଇଁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପରିଷଦର ସଭାପତି ଶେଖ ଇବ୍ରାହିମଙ୍କ ସଭାପତିତ୍ବରେ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସୁନାବେଡା ଥାନା ଏ ଏସ ଆଇ ଉଷାରାଣୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସୁନାବେଡା ପୌର ପରିଷଦ ୬ ନଂ ୱାର୍ଡ ର କାଉନସିଲର ତଥା ସମାଜସେବୀ ମିନତୀ ମିଶ୍ର ସମ୍ମାନୀତ ଅତିଥି ଏବଂ ୧ ନଂ ୱାର୍ଡ ର କାଉନସିଲର ତଥା ଶାଶ୍ଵତୀ ମହିଳା ମହା ସଂଘର ସଭାନେତ୍ରୀ ସ୍ଵର୍ଣ୍ଣ ପ୍ରଭା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ ଓ ସେବକ ଦଳର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବିଶିଷ୍ଟ ଦାସକାଠିଆ କଳାକାର ଚୈତନ୍ୟ ପାଢ଼ି, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିବା ସ୍ବାଗତିକା ରାଉତ,ସର୍ବ ଭାରତୀୟ ସ୍ତରର ମହିଳା କ୍ରିକେଟ୍ ଖେଳାଳୀ ନମିତା ଇଡିଙ୍ଗ, ଚିତ୍ରାଙ୍କନରେ ବିଶେଷ ଖ୍ୟାତି ଅର୍ଜନ କରିଥିବା ଦେବାଂଶୀ କୁଲଦୀପ ଏବଂ ବକୃତାରେ ବିଶେଷ ସଫଳତା ହାସଲ କରିଥିବା ମାନସୀ ରାଣୀ ମହାନ୍ତିଙ୍କୁ ସମ୍ମାନ ପତ୍ର ଓ ଉପଢୌକନ ପ୍ରଦାନ କରି ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବକୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗୀତା ଏବଂ ମହିଳା ମାନଙ୍କ ପାଇଁ ଖେଳ ଓ ହୁଳହୁଳି ପ୍ରତିଯୋଗିତାର ଅୟୋଜନ କରା ଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗୀତାର ବିଚାରକ ଶଙ୍କର୍ଷଣ ବାରିକ, କ୍ଷୀରୋଦ ଦାଶ, ତାପସ କୁମାର ମଲ୍ଲିକ ଏବଂ ସୁଜିତ୍ ପଣ୍ଡାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା।ସେବକ ଦଳର ସମ୍ପାଦକ ତ୍ରିଲୋଚନ ବେହେରା ଓ ପ୍ରାଚୀନ କଳା ଓ ସଂସ୍କୃତି ପରିଷଦର ସମ୍ପାଦକ ମନୋଜ କୁମାର ମୁଦୁଲି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ସେବକ ଦଳର ସଦସ୍ୟ ରବୀନ୍ଦ୍ର ଡାକୁଆ, ଚିତ୍ରସେନ ଦାସ, ଶିବାନନ୍ଦ , ଗୋବିନ୍ଦ , ଅଖିଳ ଏବଂ ପ୍ରଦୀପ ଭାଇ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ଆୟୋଜନରେ ସହଯୋଗ କରିଥିଲେ। ସେବକ ଦଳର ସମ୍ପାଦକ କ୍ଷୀରୋଦ ବେହେରା ଏବଂ ପ୍ରାଚୀନ କଳା ଓ ସଂସ୍କୃତି ପରିଷଦ ସମ୍ପାଦକ ମନୋଜ ମୁଦୁଲିଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ, ଅତିଥି ବୃନ୍ଦ, ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପ୍ରଶଂସା କରି ଅନୁଷ୍ଠାନର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।
ସୁନାବେଡ଼ା ପ୍ରତିନିଧି