ଆଦିତ୍ୟ ଆଲୁମିନା ରିଫାଇନାରୀ କଂସାରୀଗୁଡା ପକ୍ଷରୁ ମୋବାଇଲ ହେଲ୍‌ଥ ୟୁନିଟ ସେବା ଆରମ୍ଭ

ରାୟଗଡ-(ଅଜୟ ରଥ) ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମ ରିଫାଇନାରୀ, କଂସାରୀଗୁଡା ତାହାର କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସ୍‌ଆର) ନିର୍ବାହନ ଅଧୀନରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ (ଏମଏଚ୍‌ୟୁ) ଶୁଭାରମ୍ଭ ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି। ଏହି ପ୍ରୟାସ ପାରିପାର୍ଶ୍ବକ ଅଞ୍ଚଳର ଜନସାଧାରଣଙ୍କ ନିମନ୍ତେ ସ୍ଵାସ୍ଥ୍ୟସେବା ସୁବିଧାରେ ବୃଦ୍ଧି ଘଟାଇବା ନିମନ୍ତେ କମ୍ପାନୀର ଅକୁଣ୍ଠ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏମଏଚୟୁ ସେବା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ ଏବଂ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍‌ରେ ୩୬ଟି ଗ୍ରାମରେ ଜନସାଧାରଣଙ୍କୁ ସେମାନଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବ । ପୁନରୁତ୍‌ଥା ଭଲ୍ୟୁଣ୍ଟାରୀ ଅର୍ଗାନାଇଜେସନକୁ ଏହି ପ୍ରକଳ୍ପର ରୂପାୟନ ସହଭାଗୀ ଭାବରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି।

ଶ୍ରୀ ସମିକ ବସୁ- ଚିଫ୍ ହ୍ୟୁମାନ ରିସୋର୍ସ ଅଫିସର, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ; ଶ୍ରୀ ମଜହର ବେଗ୍- ୟୁନିଟ ହେଡ ଓ ପ୍ରେସିଡେଣ୍ଟ ଆଦିତ୍ୟ ଆଲୁମିନା, ଶ୍ରୀ କ୍ରିଷ୍ଣ ପାଢୀ- କ୍ଲଷ୍ଟର ଏଚ୍ଆର ହେଡ- ଓଡ଼ିଶା ମାଇନିଂ ଆଣ୍ଡ ମିନେରାଲ୍, ଆଦିତ୍ୟ ଆଲୁମିନା ରିଫାଇନାରୀର ବରିଷ୍ଠ ନେତୃବୃନ୍ଦ ଏବଂ ଅଧୂକାରୀଗଣ, ଜନସାଧାରଣଙ୍କ ପ୍ରତିନିଧୂ, ସାମାଜିକ କର୍ମୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏମ୍ଏଚୟୁ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏମଏଚୟୁ ଦ୍ଵାରଦେଶରେ ଚିକିତ୍ସା ପରାମର୍ଶ ସହିତ ମାଗଣା ଔଷଧ ଯୋଗାଇଦେବ ଏବଂ ଡାକ୍ତର, ଫାର୍ମାସିଷ୍ଟ ଓ ଔଷଧପତ୍ରରେ ସୁସଜ୍ଜିତ ଭ୍ୟାନ୍ ଜରିଆରେ ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ।

“ ଆମେ ଗୋଷ୍ଠୀ ସଦସ୍ୟ ଏବଂ ଏହି ପ୍ରୟାସକୁ ସଫଳ କରାଇବାରେ ଆମ ସହିତ ଯୋଗ ଦେଇଥିବା ଅଧିକାରୀମାନଙ୍କୁ ଆମର କୃତଜ୍ଞତା ଜଣାଉଛୁ। ଆମେ ସମ୍ମିଳିତ ଭାବରେ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରୁଛୁ ଏବଂ ଆଦିତ୍ୟ ଆଲୁମିନିୟମ ଏହାର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ସର୍ବଦା ପ୍ରତିବଦ୍ଧ ରହିଆସିଛି” ବୋଲି ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡା କହିଥିଲେ।

Leave a Reply

Your email address will not be published. Required fields are marked *