
କଟକ ୦୮-୧୨ ବିଜ୍ଞାନ ପ୍ରଚାର ସମିତିର ପାକ୍ଷିକ ଅଧିବେଶନ ଦୋଳମୁଣ୍ଡେଇସ୍ଥିତ କାର୍ଯ୍ୟାଳୟ ଠାରେ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l
ଏହି ପରିପ୍ରେକ୍ଷୀରେ ଡକ୍ଟର ଆଶୁତୋଷ ଦେବତାଙ୍କ ଲିଖିତ ପୁସ୍ତକ
ଧରା ଓ ଧାରା, ପରିବେଶ ଅନୁଶୀଳନ, ପରିବେଶ ଦିବସର ଅନୁଚିନ୍ତା ଓ Natures Prescription’s medicine
ଚାରିଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା l
2024 ମସିହାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକଙ୍କ ବିଷୟରେ ଆଲୋଚନା କରାଯାଇଥିଲା l 2024 ମସିହା ବାର୍ଷିକ ଉତ୍ସବ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l
ସମ୍ପାଦକ ଡାକ୍ତର ଦୀପକ ରାଜ ବିବରଣୀ ପାଠ କରିଥିଲା ବେଳେ ଶ୍ରୀ ଅରବିନ୍ଦ କର ଧନ୍ୟବାଦ ଅର୍ପଣ କରିଥିଲେ l
ଡଃ ଆଶୁତୋଷ ଦେବତା,ଇଂ ଧୀରେନ୍ଦ୍ର କୁମାର ବିଶ୍ୱାଳ, ଡଃ ସୁବାସିନୀ ଲେଙ୍କା, ଡଃ ପ୍ରତିଭା କୁମାରୀ ନନ୍ଦ, ଡଃ ହେମନ୍ତ କୁମାର ପରିଡା, ଶ୍ରୀ ନିରଞ୍ଜନ ପାତ୍ର, ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ, ଶ୍ରୀ ସୁଜିତାଭ ଶତପଥୀ, ଡଃ ଧରଣୀଧର ଜେନା, ଡଃ ଦେବେନ୍ଦ୍ରନାଥ ସାହୁ,ସୁକାନ୍ତ କୁମାର ସାହୁ, କ୍ୟାପଟେନ ଅକ୍ଷୟ କୁମାର ଦାସ, ଡଃ ଅକ୍ଷୟ କୁମାର ମିଶ୍ର, ଡଃ ଶିବ ଶଙ୍କର ନାୟକ ସଭ୍ୟ ମାନେ ସହଯୋଗ କରିଥିଲେ l