ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭିନ୍ନ ଦାୟୀତ୍ବ ସହିତ ସହ ଜିଲ୍ଲା ସଂଘଚାଳକ ଶ୍ରୀ ନୀଳକଣ୍ଠ ଦାଶ ଶର୍ମାଙ୍କ ଦେହାବସାନ

ରାୟଗଡା : ଦୀର୍ଘ ଚାରି ଦଶନ୍ଧି ଧରି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭିନ୍ନ ଦାୟୀତ୍ବ ସହିତ ସହ ଜିଲ୍ଲା ସଂଘଚାଳକ ଦାୟିତ୍ଵ ରେ ଥିବା ଆଦରଣୀୟ ଶ୍ରୀ ନୀଳକଣ୍ଠ ଦାଶ ଶର୍ମାଙ୍କ ଦେହାବସାନ ଘଟିଛି।
ଗତ କିଛିଦିନ ଧରି ସେ ଅନ୍ତ୍ରନଳୀ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର KIIMS ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।
ଗତକାଲି ମଧ୍ୟରାତ୍ରିରେ (22-09-2026) ନୀଳକଣ୍ଠ ଭାଇନା /ଶର୍ମା ଆଜ୍ଞାଙ୍କ ଭୁବନେଶ୍ବର ଡାକ୍ତରଖାନାରେ ସ୍ଵର୍ଗବାସ ହୋଇ ଯାଇଛି ।

ଜଣେ ସଫଳ ବ୍ୟବସାୟୀ , ଡାକ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକାର୍ତ୍ତା ଭାବରେ ତଥା ନିଜର ସେବା, ସଂସ୍କାର, ଓ ଦେଶଭକ୍ତି ପାଇଁଁ ସେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ।

ଆଜି ସେ ଆମ ଗହଣରେ ନାହାନ୍ତି ; କିନ୍ତୁ ସଂଘର ଜଣେ ଆଦର୍ଶ, ନିଷ୍ଠାପର ଓ ସମର୍ପିତ କାର୍ଯ୍ୟକର୍ତ୍ତା ଭାବେ ସେ ପ୍ରତ୍ୟେକଟି ଜନସାଧାରଣ ଓ ସ୍ୱୟଂସେବକଙ୍କ ମନରେ ସଦା ସର୍ବଦା ଅମର ହୋଇରହିବେ।
ମୃତ୍ୟୁ ବେଳେ ତାଙ୍କ ପତ୍ନୀ , ପୁତ୍ର , ପୁତ୍ରବଧୂ , ଝିଅଯୋଇଁମାନେ ଉପସ୍ଥିତ ରହିଥିଲେ ।
ମୃତ ଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ସତ୍କାର ପାଇଁ ନିଆଯିବ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ।
୧୯୮୪ ରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର ତଥା ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ସର୍ବଦା ସ୍ମରଣୀୟ ରହିବ ।
ତାଙ୍କ ଅବର୍ତ୍ତମାନରେ ସୃଷ୍ଟ ଶୂନ୍ୟସ୍ଥାନର ଦୁଃଖ ସମଗ୍ର ଜିଲ୍ଲାର କାର୍ଯ୍ୟକର୍ତ୍ତା ମାନଙ୍କୁ ବ୍ୟଥିତ କରିଛି ।

Leave a Reply

Your email address will not be published. Required fields are marked *