ମାତ୍ରାଧିକ ଫି’ ବୃଦ୍ଧିର ପ୍ରତିବାଦ, ଅଭିଭାବକଙ୍କ ଧାରଣା

ରାଜଗାଙ୍ଗପୁର: 03/12/2024 (ଅବଦୁଲ ରଜାକ ଖାନ) – ରାଜଗାଙ୍ଗପୁର କାଂସବାହାଲସ୍ଥ ଡିଏଭି ସ୍କୁଲରେ ମାତ୍ରାଧିକ ଫି’ ବୃଦ୍ଧିକୁ ବିରୋଧ କରିଛନ୍ତି ଅଭିଭାବକା ସେମାନେ ଏହାର ପ୍ରତିବାଦ କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। କାଂସବାହାଲରେ ଥିବା ଡିଏଭି ସ୍କୁଲକୁ କମ୍ପାନି ହସ୍ତାନ୍ତର କରିବା ପରେ ସ୍କୁଲ କର୍ତ୍ତୃପକ୍ଷ ନିଜ ମନଇଚ୍ଛା ଟିଉସନ ଫି’ ବୃଦ୍ଧି କରୁଛନ୍ତି | ପ୍ରତିବର୍ଷ ୧୫ ଶତକଡ଼ା ବୃଦ୍ଧି କରୁଥିବାରୁ ଅଭିଭାବକଙ୍କ ଉପରେ ଆର୍ଥିକବୋଝ ପଡୁଛି | ଉକ୍ତ ସ୍କୁଲରେ ଏଲ୍ ଆଣ୍ଡ ଟି କର୍ମଚାରୀଙ୍କ ଛାତ୍ରଛାତ୍ରୀ ଓ ବାହାର ପିଲାଙ୍କ ମଧ୍ୟରେ- ପାତରଅନ୍ତର କରାଯାଉଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି| କମ୍ପାନିରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାମାନଙ୍କର ଫି’କୁ କମ୍ପାନି ପରବର୍ତ୍ତୀ ସମୟରେ ଫେରାଉଛି | ଏଣୁ ସାଧାରଣ ଲୋକଙ୍କୁ ଆର୍ଥିକବୋଝ ପଡୁଛି | କମ୍ପାନି ଅଞ୍ଚଳରେ ସ୍ଏସ୍ଥାର କାର୍ଯ୍ୟ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି| ଏ ସଂକ୍ରାନ୍ତରେ ଅଭିଭାବକମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ମଧ୍ୟ କୌଣସି ସୁଫଳ ମିଳିନି | ଏଣୁ ଫ’ ହ୍ରାସ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଅଭିଭାବକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *