ବ୍ୟବସାୟୀ ଙ୍କ ଘରୁ ବଡ଼ ଧରଣର ଚୋରି (କେସିଙ୍ଗା ଥାନା ରେ ଲିଖିତ ଅଭିଯୋଗ)

କେସିଙ୍ଗା,01\12\24

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏନ୍ ଏଚ ରାସ୍ତା କୁ ଲାଗି କରିଥିବା ଘର ଗୁଡ଼ାକ ମଧ୍ୟ ସୁରକ୍ଷିତ ନ ଥିବା ଜଣା ପଡ଼ିଛି। ସେମିତି ଏକ ଚୋରି ଘଟଣାର ଲିଖିତ ଅଭିଯୋଗ ହୋଇଛି କେସିଙ୍ଗା ଥାନାରେ।ସୂଚନା ଅନୁଯାୟୀ ଗତ ଶନିବାର ରାତି ରେ ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଥିବା କେସିଙ୍ଗା ର ବିଶିଷ୍ଟ ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲ ଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି।ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ପରିବାର ର ସମସ୍ତେ କେବଳ ବଡ଼ ପୁଅ ଓ ବହୁ ଙ୍କ ବ୍ୟତୀତ ସମସ୍ତେ ବାହାରକୁ ଯାଇଥିବା ବେଳେ ରାତିରେ ଘଟଣା ଘଟିଛି ବଡ଼ ପୁଅ ଓ ବୋହୂ ଘରର ଉପର ମହଲାରେ ସୋଇଥିବା ରୁ ଚୋରି ର ଟେର ମଧ୍ୟ ପାଇଲେ ନାହିଁ ତାହାର ସୁଯୋଗ ନେଇ ଅଭିଯୁକ୍ତ ମାନେ ଲିଖିତ ଅଭିଯୋଗ ଅନୁଯାୟୀ ୧୫ ଭରି ସୁନା ଓ ୧୦ ଲକ୍ଷ ଟଙ୍କା ତଳ ଘରେ ଥିବା ନେଇ ଥିବା ଅନୁମାନ କରାଯାଉଛି।କେସିଙ୍ଗା ପୋଲିସ କୁ ଅଭିଯୋଗ ହେବାପରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ନିଜେ ଘଟଣା ସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରିବା ସହ। ବାହାରୁ ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ର ସାହାଯ୍ୟ ନେଇ ଥିଲେ। ଏଠାରେ ପ୍ରକାଶ ଥାଉକୀ ବ୍ୟବସାୟୀ ଗୋପାଳ ପ୍ରସାଦ ଅଗ୍ରୱାଲ ଙ୍କ କେସିଙ୍ଗା ବୁଢାଡଙ୍ଗର ଛକ ଠାରେ ପାୟଲ ନାମକ ଏକ ବିରାଟ କପଡ଼ା ସୋରୁମ୍ ରହିଛି।ପୋଲିସ ବର୍ତ୍ତମାନ ସି ସି ଟିଭି ସହିତ ଅନେକ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି।ଏହା କେସିଙ୍ଗା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କେସିଙ୍ଗା ସହରରେ ଚର୍ଚ୍ଚା |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *