କଳିଙ୍ଗ ବାଲିଯାତ୍ରା ୨୦୨୪ ର ସପ୍ତମ ସନ୍ଧ୍ୟା

ପାରାଦୀପ ତା ୨୦.୧୧.୨୦୨୪ ରିଖ – ଆଜି କଳିଙ୍ଗ ବାଲିଯାତ୍ରା ର ସପ୍ତମ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା , କ୍ରୀଡା ଓ ଯୁବ ବ୍ୟାପାର ଏବଂଏବଂ ଭାଷା, ସାହିତ୍ୟ ସଂସ୍କୃତି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ, ଦିଗପହଣ୍ଡି, ଶ୍ରୀ ଆକାଶ ଦାସ ନାୟକ, ମାନ୍ୟବର ବିଧାୟକ, କୋରେଇ ଏବଂ ଶ୍ରୀ ବସନ୍ତ ବିଶ୍ଵାଳ, ଅଧ୍ୟକ୍ଷ, ପାରାଦୀପ ପୌର ପରିଷଦ।ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା,କ୍ରୀଡା , ଯୁବବ୍ୟାପାର ଏବଂ ଭାଷା, ସାହିତ୍ୟ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ଓଡ଼ିଶା ନୌବାଣିଜ୍ୟ ପରମ୍ପରାକୁ ସମ୍ମାନ ଜଣାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସରକାର ଙ୍କ ପକ୍ଷରୁ ଓଡ଼ିଶା କୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ରେ ପରିଣତ କରିବାକୁ ପ୍ରୟାସ ଜାରି ରହିଛି। ଜଗତସିଂହପୁର ର ଅଢ଼ଙ୍ଗ ଗଡ ର ଉଦାହରଣ ଦେଇ ସେ କହିଥିଲେ ଯେ ଓଡ଼ିଶା ର ପୁରୁଣା ପରିଚୟ କୁ ଫେରାଇ ଆଣିବା ସମସ୍ତଙ୍କର କର୍ତ୍ତବ୍ୟ।୨୦୩୬ ମସିହା ରେ ସ୍ୱପ୍ନର ଓଡ଼ିଶା କୁ ଉଦ୍ଭାସିତ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ମନ୍ତ୍ରୀ କହିଥିଲେ। ଅଧ୍ୟକ୍ଷତା କରି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇ କଳିଙ୍ଗ ବାଲିଯାତ୍ରା କୁ ଓଡ଼ିଶା ମାନଚିତ୍ର ରେ ସ୍ଵତନ୍ତ୍ର ସ୍ଥାନ ଦେବାପାଇଁ ହୋଇଥିବା ପ୍ରୟାସ ପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ନିଜକୁ ପାରାଦ୍ଵୀପ ର ଜ୍ବାଇଁ ଭାବେ ପରିଚୟ ଦେଇ ପାରାଦ୍ଵୀପ ସହିତ ନିଜର ମଧୁର ସମ୍ପର୍କ ବିଷୟରେ କହିଥିଲେ। ଉପସ୍ଥିତ ସମସ୍ତଙ୍କୁ ଓଡ଼ିଆ ଭାବରେ ଗର୍ଵ କରିବା ସହ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କୁ ବିଶ୍ଵ ଦରବାର ରେ ପ୍ରତିଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିଗପହଣ୍ଡି ର ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ପାରାଦ୍ଵୀପ ତାଙ୍କପାଇଁ କର୍ମଭୂମୀ। ନିଜ ଅଭିନୀତ ଅନେକ ଚଳଚ୍ଚିତ୍ର ସେ ପାରାଦ୍ଵୀପ ରେ ରହି କାମ କରିଛନ୍ତି ତେଣୁ ଏହାକୁ କର୍ମକ୍ଷେତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସେ କହିଥିଲେ। ଶେଷରେ ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କଳା ବିକାଶ କେନ୍ଦ୍ର ଦ୍ଵାରା ଓଡ଼ିଶୀ ନୃତ୍ୟ,ସ୍ଵୟମ୍ଭୁ ଆଶାତେକେୟାର ଏକାଡେମୀ ସମ୍ବଲପୁରୀ ନୃତ୍ୟ, ମା ସରସ୍ଵତୀ କଳା ବିକାଶ କେନ୍ଦ୍ର ଦ୍ଵାରା ବେଙ୍ଗଲି ଲୋକ ନୃତ୍ୟ, ତ୍ରିରଙ୍ଗା ଡାନ୍ସ ଏକାଡେମୀ ଦ୍ୱାରା ରିମିକ୍ସ ଡାନ୍ସ, ସରସ୍ୱତୀ କଳା ପରିଷଦ ଦ୍ବାରା ନୃତ୍ୟ, ୱଷ୍ଟର୍ନ ଡାନ୍ସ ଗ୍ରୁପ ଦ୍ଵାରା ମଡର୍ନ ଡାନ୍ସ,ମେଘ ମଲ୍ଲାର କଳା ପରିଷଦ ଦ୍ବାରା ଲୋକନୃତ୍ୟ, ବଧାଇ ଡାନ୍ସ ଗ୍ରୁପ ଦ୍ଵାରା ରାଜସ୍ଥାନୀ ନୃତ୍ୟ , ମଣିପୁରୀ ନୃତ୍ୟ ଏବଂ ବାଜିଗର ମ୍ୟାଜିକ ସୋ ଦ୍ଵାରା ମ୍ୟାଜିକ ଶୋ ପରିବେଷଣ କରାଯାଇଥିଲା। ଶେଷରେ କଣ୍ଠଶିଳ୍ପୀ ଓ ଗାୟକ ଅଭିଜିତ ମଜୁମଦାର ଙ୍କ ସଙ୍ଗୀତ ର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିଥିଲେ।

Leave a Reply

Your email address will not be published. Required fields are marked *