ବାଲିଯାତ୍ରାରେ ମହାନଦୀଙ୍କ ମହାଆଳତୀ ସମୟରେ ହୃଦଘାତରେ ବାବା ଯଜ୍ଞେଶ୍ୱରାନନ୍ଦ ମହାରାଜଙ୍କ ବ୍ରହ୍ମଲୀନ ପ୍ରାପ୍ତି

ଚଣ୍ଡିଖୋଲ : (ବେଣୁଧର ପଣ୍ଡା) :: ରାଜ୍ୟର ପ୍ରଶିଦ୍ଧ ଆଧ୍ୟାତ୍ମିକ ପୀଠ ଯାଜପୁର ଜିଲ୍ଲାର ଛତିଆ ସୋଲର ସ୍ଥିତ ଉଦାସ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ଉଦାସ ପନ୍ଥାର ପ୍ରବର୍ତ୍ତକ,ରିଜ୍ୟର ଜଣେ ଆଗଧାଡିର ସିଧୁ ପରମଗରୁ ସ୍ୱାମୀ ଯଜ୍ଞେଶ୍ୱରାନନ୍ଦ ମହାରାଜ (ରବି ବାବା)ଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରୟାଣ ହୋଇଯାଇଛି! ପ୍ରଶିଦ୍ଧ କଟକ ବାଲିଯାତ୍ରାରେ ପୂର୍ଣ୍ଣତ୍ତୋୟା ମହାନଦୀଙ୍କ ମହାଆଳତୀରେ ନିମଗ୍ନ ଥିବାବେଳେ ମଞ୍ଚ ଉପରେ ହୃଦଘାତ ଯୋଗୁଁ ବାବା ହଠାତ ଅଶୁସ୍ତ ଅନୁଭବ କରିଥିଲେ! ତେବେ ମା ମହାନଦୀଙ୍କ ଆଳତି ଓ ପୂଜାର୍ଚ୍ଚନାରେ କୌଣସି ବାଧା ନଉପୁଯୁ ଭାବନା ନେଇ ବାବା ନିଜ ଅଶୁସ୍ତତା ନେଇ ଚୁପ ରହିଥିଲେ! ଏହି ସମୟରେ କଟକ ମହାନଗର ନିଗମ ମେୟର,ବିଜେପି ନେତା ଗୋଲକ ମହାପାତ୍ରଙ୍କ ସହ ବହୁ ସାଧୁସଂନ୍ଥ ଓ ବହୁ ବିଶିଷ୍ଟ ବ୍ୟକ୍ତି ଆଳତୀ ମଞ୍ଚ ଉପରେ ଥିଲେ! ଆଳତୀ ଶେଷ ହେବାପରେ ବାବା କିଛି ସମୟ ପାଇଁ ଧ୍ୟାନ ଓ ସତସଙ୍ଗରେ ଯୋଗଦେଇ ପ୍ରସାଦସେବାରେ ବସିବା ସମୟରେ ଅଧିକ ଅଶୁସ୍ତ ହୋଇପଡିଲେ! ତାଙ୍କୁ ସଙ୍ଗେସଙ୍ଗେ କଟକସ୍ଥିତ ଅସ୍ୱୀନି ହସପିଟାଲରେ ଭର୍ତ୍ତି କରାଯାଇଥିଲା! ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ!ସ୍ୱାମୀଜୀଙ୍କ ଦେହାନ୍ତ ଖବର ଜାଣିବାପରେ ତାଙ୍କର ଶହଶହ ଭକ୍ତ ଓ ଅନୁଗାମୀ ହସପିଟାଲ ଓ ବାଲିଯାତ୍ରା ପଡିଆର ତାଙ୍କ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ! ପରେ କଟକ ଜିଲ୍ଲାପାଳ, ଆତିରିକ୍ତ ଜିଲ୍ଲାପାଳ ଓ ଅନ୍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଯଜ୍ଞ ପଣ୍ଡପରେ ପହଞ୍ଚି ବାବାଙ୍କ ଶେଷ ଦର୍ଶନ କରିଥିଲେ! ପରେ ପରେ ବାବାଙ୍କ ପାର୍ଥିବ ଶରୀର କୁ ପୂଜାର୍ଚ୍ଚନା କରାଯାଇ ଯଜ୍ଞର ପୂର୍ଣ୍ଣାହୂତୀ ପ୍ରଦାନ କରାଯାଇଥିଲା! ଭୋର ପ୍ରାୟ ୩ଟା ବେଳେ ବାବାଙ୍କ ପାର୍ଥିବ ଶରୀର ତାଜ ଜନ୍ମ ସ୍ଥାନ ଜଗତସିଂହପୁର ଜିଲ୍ଲା ଗାଲୁପଡା ଆଶ୍ରମକୁ ନିଆଯାଇଥିଲା!ସେଠାରେ ଶ୍ରଦ୍ଧାଳୁଙ୍କ ଶେଷ ଦର୍ଶନ ପରେ ଯାଜପୁର ଜିଲ୍ଲା ସୋଲର ସ୍ଥିତ ଉଦାସ ଆଶ୍ରମକୁ ପାର୍ଥିବ ଶରୀର ଅଣାଯାଇଥିଲା! ଛତିଆରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାବାଙ୍କ ମର ଶରୀରକୁ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ଆଶ୍ରମକୁ ଅଣାଯାଇଥିଲା! ତାଙ୍କ ପାର୍ଥିବ ଶରୀର ଆଶ୍ରମରେ ପହଞ୍ଚିବା ପରେ ଏକ ଶୋକାକୂଲ ପରିବେଶ ସୃଷ୍ଟି ହୋଇଥିଲା! ହଜାର ହଜାର ଭକ୍ତ ,ବହୁ ସାଧୁସଂନ୍ଥ, ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଆଶ୍ରମରେ ଉପସ୍ଥିତ ହୋଇ ସ୍ୱାମୀଜୀଙ୍କ ଶେଷ ଦର୍ଶନ କରି ଭକ୍ତିପଚ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ପ୍ରଶିଦ୍ଧ ବାଲିଯାତ୍ରା ଅବସରରେ ଗତ ୧୮ ବର୍ଷ ହେବ ବାବା ପ୍ରଶାସନର ନିମନ୍ତ୍ରଣ କ୍ରମେ ମହାନଦୀଙ୍କ ମହାଆଳତୀ ସହ ଜଗତ କଲ୍ୟାଣ ପାଇଁ ସେଠାରେ ୭ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସମ୍ପର୍ଣ୍ଣ କରି ସ୍ୱତନ୍ତ୍ର ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଆସୁଥିଲେ!ଏଥିସହ ସ୍ୱାମୀଜୀ ସନାତନ ଧର୍ମ,ଜାତୀୟତା ବୋଧ,ଗୁରୁକୂଳ ପରମ୍ପରାରାକୁ ବଞ୍ଚାଇରଖିବା ସହ ପିତା ମାତାଙ୍କ ସେବା ଓ ନଦୀ,ନାରୀ ଏବଂ ଗୋମାତାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଥିଲେ! ତାଙ୍କ ପ୍ରଚେଷ୍ଟାରେ ମୁମ୍ବାଇ, କଲିକତା,ଦିଲ୍ଲୀ, ବାଙ୍ଗାଲୋର,ନେପାଳ ସମେତ ସମ୍ବଲପୁର,ବରଗଡ ଧନୁଯାତ୍ରା ପଡିଆ,ଜଗତସିଂହପୁର, ବ୍ରହ୍ମପୁର,କଟକ,ପୁରୀ ଓ ଭୁବନେଶ୍ୱର ପ୍ରଭୃତି ସ୍ଥାନରେ ନିୟମିତ ମହାଯଜ୍ଞ ଆୟୋଜନ କରି ଲୋକଙ୍କ ମନରେ  ଆଧ୍ୟାତ୍ମିକ ଭାବଧାରାକୁ ଯାଗରିତ କରିଥିଲେ! ସୂଦୁର ଆମେରୀକାରେ ତିନି ଦିନିଆ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ମଧ୍ୟ ଆଗାମୀ ମାର୍ଚ୍ଚ ମାସରେ ତିଥି ନିର୍ଦ୍ଧାରଣ କରିଥିଲେ ! ହେଲେ ନୀୟତିର ନିୟମ ସବୁକିଛି ଓଲଟପାଲଟ କରିଦେଲା! ବ୍ରହ୍ମଲୀନ ପ୍ରାପ୍ତି ବେଳକୁ ବାବାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା! ସେ ୧୯୬୫ ମସିହାରେ ଜଗତସିଂହପୁର ଜିଲ୍ଲା ଗାଲୁପଡାରେ ଜନ୍ମ ଗ୍ରହଣ କରିଥିଲେ! ସେ ୬ ବର୍ଷ ବୟଷରେ ସ୍ୱପ୍ନରେ ଆଧ୍ୟାତ୍ମିକ ଗୁରୁ ଉଦାସ ଯମୁନା ଦାସ ଦେଖି ଆକର୍ଷିତ ହୋଇଥିଲେ ଓ ପରେପରେ ଘର ଛାଡି ଆଶ୍ରମକୁ ଆସି ସାଧନାରତ ହୋଇଥିଲେ! ସେ ଆଜନ୍ମ ବ୍ରହ୍ମଚାରୀ ଥିଲେ! ୨୯୯୫ ମସିହାରେ ସେ ସୋଲର ନିକଟ ଧନିଆ ପାହାଡ ପାଦ ଦେଶରେ ଉଦାସ ଆଶ୍ରମର ନିର୍ମାଣ ଆରମ୍ଭ କରିଥିଲେ ଓ ସେହି ଆଶ୍ରମ ୯୮ ମସିହାରେ ପ୍ରତିଷ୍ଠାଲାଭ କରିଥିଲା!ସୋଲର ଆଶ୍ରମ ପରିସରରେ ଆଧ୍ୟାତ୍ମିକ ଓ ସନ୍ୟାସୀ ପରମ୍ପରା ଅନୁଯାୟୀ ସ୍ୱାମୀଜୀଙ୍କୁ ସମିଧି ଦିଇଯାଇଥିଲା! ଏହି ସମୟରେ ପୂର୍ବତନ ସାସଂଦ ପ୍ରସନ୍ନ ପାଟ୍ଟଶାଣୀ,ବାବାଙ୍କ ଅନୁଗାମୀ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ପ୍ରହଲ୍ଲାଦ ନନ୍ଦ,ପ୍ରଦୀପ୍ତ ପୃଷ୍ଟି, ପ୍ରସନ୍ନ ବିଶ୍ୱାଳ,ମୋହନ ଖିଲାର,ହେମସ ଜେନା,ଚନ୍ଦ୍ରଶେଖର ପୃଷ୍ଟି,ମିଧବାନନ୍ଦ ମହାପାତ୍ର,ସନ୍ତୋଷକୁମାର ପ୍ରହରାଜ,ସୁରେଶ ବିଶ୍ୱାଳ,ବାବା ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ, ବାବା ଜ୍ଞାନାନନ୍ଦ ସରସ୍ୱତୀ,ସ୍ୱାମୀ ଉଦୟାନନ୍ଦ ପର୍ବତ,ବାବା ପର୍ଶୁରାମ ମହାରାଜ,ବାବା କୃଷ୍ଣଚନ୍ଦ୍ର ଦାସ,ବାବା ଅମୃତାନନ୍ଦ,ସ୍ୱାମୀ ଗିରିଜାନନ୍ଦ ପର୍ବତ ,ବାବା ଉଦ୍ଧବ ଦାସଙ୍କ ସହ ବହୁ ସାଧୁସଂନ୍ଥ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଆଶ୍ରମର ମୁଖ୍ୟ ସେବକ ସ୍ୱାମୀ ଦିବ୍ୟଲୋଚନ ଦାସ ଓ ପଦ୍ମଲୋଚନ ଦାସଙ୍କ ସମସ୍ତ ନିତି ପରିଚାଳନା କରିଥିଲେ! ବାବାଙ୍କ ଦେହାନ୍ତରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି!

Leave a Reply

Your email address will not be published. Required fields are marked *