
ଚୌଧୁରୀ ବଜାରସ୍ଥ ମାରୁତି ମଣ୍ଡପ ଠାରେ ସମିତି ଅଧ୍ୟକ୍ଷ ମାରୁତିଶ୍ରୀ ଚୌଧୁରୀ କାଶୀନାଥ ମଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏକ ସ୍ମୃତି ସଭା ରେ ସମାଜସେବୀ ଗାନ୍ଧୀବାଦୀ ପ୍ରଶାନ୍ତ କୁମାର ଦାସ ଓ ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇ ସ୍ୱର୍ଗତ ମହାପାତ୍ର ଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ସଂଯୋଜନା ରେ ଏହି ସ୍ମୃତିସଭା ରେ ଚିତ୍ରଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ପ୍ରସନ୍ନ କୁମାର ମହାପାତ୍ର, ନିମାଇଁ ଚରଣ ମହାପାତ୍ର, ଦେବସ୍ମିତା ଜେନା, ଉପେନ୍ଦ୍ର ବେହେରା, ଦେବୀ ପ୍ରସନ୍ନ ମହାପାତ୍ର, ଜଗନ୍ନାଥ ମହାନ୍ତିଓ ବିଭୁ ପ୍ରସନ୍ନ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ମହାପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ l ନିବାସ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l