
ଭବାନୀପାଟଣା: କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଅଶୋକ ଦାସ ଜନୈକା ଗର୍ଭବତୀ ମହିଳାଙ୍କ ସମ୍ପର୍କୀୟ ଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ଡାକ୍ତରଙ୍କ ସରକାରୀ ବାସ ଭବନରୁ ନଗଦ ୯୬ ହଜାରରୁ ଉର୍ଦ୍ଧ ଟଙ୍କା ଠାବ କରିଛି ଭିଜିଲାନ୍ସ ବିଭାଗ l ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଡିଙ୍ଗ ପଦର ଗାଁର ଗର୍ଭବତୀ ଲକ୍ଷ୍ମୀ ପ୍ରିୟା ମାଝୀ ଙ୍କ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ଦାସ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ l ଏ ସମ୍ପର୍କରେ ଲକ୍ଷ୍ମୀପ୍ରିୟା ଙ୍କ ସ୍ୱାମୀ ଏବଂ ସମ୍ପର୍କୀୟ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହୋଇଥିଲେ। ଯୋଜନାବଦ୍ଧ ଭାବରେ ,ସୋମବାର ଡାକ୍ତର ଅଶୋକ ଦାସ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ଚଢାଇ କାର ଡାକ୍ତର ଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିଛି l ଏହି ଚଢ଼ାଉରେ କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଏବଂ ଜୟପୁର ଡିଭିଜନର ୧୦ ଜଣିଆ ଟିମ ସାମିଲ ଅଛନ୍ତି l ସରକାରୀ ବାସ ଭବନ, ଚେମ୍ବର ଏବଂ ନୟାଗଡ଼ ର ପୈତୃକ ଘର ସମେତ ମୋଟ ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି l ଲାଞ୍ଚୁଆ ଡାକ୍ତରଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l
ସଂଜୀବ କୁମାର ପାତ୍ର, ଭବାନୀପାଟଣା 9437119605
B Patana Negi: ଭବାନୀପାଟଣା ରୁ ସଞ୍ଜୀବ କୁମାର ପାତ୍ର ଙ୍କ ରିପୋର୍ଟ