କଟକ, ଉତ୍କଳୀୟ କଳା ସଂସ୍କୃତି ତଥା ବାଣିଜ୍ୟକ ପେଣ୍ଠ ସ୍ଥଳ ଭାବେ ପରିଚିତ କଟକ ଐତିହାସିକ ବାଲିଯାତ୍ରା ବର୍ତ୍ତମାନ୍ ଚଳଚଞ୍ଚଳ ହୋଇପଡ଼ିଛି । ଆଠ ଦିନ ବ୍ୟାପି ଏହି ଐତିହାସିକ ବାଲିଯାତ୍ରାରେ ଦେଶ ତଥା ଦେଶ ବାହାରରୁ ବ୍ୟବସାୟୀ ମାନେ ତାଙ୍କର ପସରା ଏଠାରେ ମେଲାଇଥାନ୍ତି । ଏହି ଅବସରରେ ଭାରତ ବର୍ଷର ଏକ ନମ୍ବର ଖାଇବା ତେଲ ଭାବେ ପରିଚିତ ଫ୍ରିଡମ୍ ଷ୍ଟଲ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ବାତ୍ୟା ଦାନାର ମହାନାୟିକା (ଆଶାକର୍ମୀ) ଶିବାନୀ ମଣ୍ଡଳ ଏବଂ ସମ୍ମାନିତ ଅତିଥି ଭାବେ ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ପ୍ରମୁଖ ଯୋଗଦେଇ ଫ୍ରିଡମ ଷ୍ଟଲକୁ ଉଦଘାଟନ କରିଥିଲେ । ଗ୍ରାହକ ମାନଙ୍କ ପାଇଁ ୫ ଲିଟର ସନଫ୍ଲାୱାର ତେଲ କିଣିଲେ ତସହିଟ ଗୋଟିଏ ବାଲଟି ମାଗଣାରେ ମିଳୁଥିବା ବେଳେ ସନଫ୍ଲାୱାର୍ ଦୁଇ ଲିଟର ଏବଂ ସୋରିଷ ତେଲ ଏକ ଲିଟର ଜାର କମ୍ୱୋ ଅଫର ସହ ଆକର୍ଷଣୀୟ ଦରରେ ମିଳୁଛି । ଏଥିସହିତ ପାଞ୍ଚ ଲିଟର କଚି ଘନି ସୋରିଷ ତେଲର ବକେଟ ଜାର ମଧ୍ୟ ଆକର୍ଷଣୀୟ ଦରରେ ମିଳୁଛି ବୋଲି ଫ୍ରିଡମ ଓଡ଼ିଶା ହେଡ ଅମିୟ କୁମାର ଧଳ ସୂଚନା ଦେବା ସହ ବାଲିଯାତ୍ରାକୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଫ୍ରିଡମ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶ କୁମାର ପାତ୍ର, ପ୍ରମୋଦ କୁମାର ଖିଲାର, ଅମିତ୍ କୁମାର ମହାନ୍ତି, ସୌମ୍ୟ ରଞ୍ଜନ ନାୟକ, ଆଶିଷ ଦାସ, ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।