
ପ୍ରଥମେ ବିଦ୍ୟାନଗର ଚତୁର୍ଥୀ ଗଲି ଓ ପରେ ରାୟଗଡ଼ା ଥାନା ସମ୍ମୁଖରେ ଶନିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଏହା କୌଣସି ଗୋଷ୍ଠୀ ସଂଘର୍ଷ ନୁହେଁ ବୋଲି ବିଜେପି ନେତା ବସନ୍ତ ଉଲ୍ଲାକ ବିଦ୍ୟାନଗରଠାରେ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ସ୍ବାଦିକ ସମ୍ମିଳନୀରେ କହିଛନ୍ତି । ବସନ୍ତ ଏହି ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ପିଙ୍କୁ ନିବେଦନ କରିଥୁବା
ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ୭ରୁ ୮ଜଣ ଯୁବକ ମାରଣାସ୍ତ୍ର ଧରି ବସନ୍ତଙ୍କ ବିଦ୍ୟା ନଗରସ୍ଥିତ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ । ସେଠାରେ ଉପସ୍ଥିତ ବସନ୍ତଙ୍କ ସମେତ ଅନ୍ୟ ସମର୍ଥକ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ ଦାଖଲ ସମୟରେ ଥାନା ସମ୍ମୁଖରେ ପୁଣି ମାରପିଟ ହୋଇଥିଲା। ତେବେ ଏହା ଗୋଷ୍ଠୀ ସଂଘର୍ଷ ନୁହେଁ ବୋଲି ବସନ୍ତ ପ୍ରକାଶ କରିଛନ୍ତି । ଏହା ପଛରେ ରାଜନୈତିକ ରଦ୍ଦେଶ୍ୟ ରହିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବସନ୍ତଏହି ଘଟଣାକୁ ନେଇ ରାୟଗଡ଼ା ଗସ୍ତରେ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘଟଣା ସମ୍ପର୍କରେ ବସନ୍ତଙ୍କୁ ପଚାରି ବୁଝିବା ସହିତ ଏସ୍ପିଙ୍କ ସହ ଆଲୋଚନା କରିଥିବା ବସନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ ରାୟଗଡ଼ା ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଡି.ନଗେନ୍ଦ୍ର ଓ ଅନ୍ୟ ଜଣେ ନାବାଳକ ବୋଲି ପୋଲିସ ସୁତ୍ରରୁ ଜଣାପଡ଼ିଛି । ଘଟଣାର ତଦନ୍ତ ଜାରି ରହିଥିବା ଆଇଆଇସି କେକେବିବେ କହଁର କହିଛନ୍ତି। ରାୟଗଡା ରୁ ତପନ କାଡ୍ରାକା l