
ରିପୋର୍ଟ:- ଅନିଲ ପ୍ରଭାତ ଭତ୍ରା, ନବରଙ୍ଗପୁର:
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ରେ ଥିବା ଭାଲୁ କୁ ଟ୍ରଙ୍କୁଲାଇଜ କରିକି ଧରିଛି ବନ ବିଭାଗ । ମଙ୍ଗଳବାର ସକାଳୁ ସ୍କୁଲ ଖୋଲିବା ସମୟ ରେ ଏକ ଭାଲୁ ସ୍କୁଲ ର ନିର୍ମାଣଧୀନ ଏକ ଘର ସମ୍ମୁଖରେ ଏକ ଭାଲୁ ଶୋଇଥିବାର ଦେଖିଥିଲେ ସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ । ଏନେଇ ବନବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ । ଘଟଣା ସ୍ଥଳ ରେ ନବରଙ୍ଗପୁର ବିଧାୟକ ପହଞ୍ଚି ତୁରନ୍ତ ଭାଲୁ କୁ ଧରିବା ପାଇଁ ବନବିଭାଗ ସହିତ ଆଲୋଚନା କରିଥିଲେ । ବନ ବିଭାଗ କର୍ମଚାରୀ ଓ ବନ୍ୟଜନ୍ତୁ ଉଦ୍ଧାର କାରୀ ଦଳ ପହଞ୍ଚି ଭାଲୁ କୁ ଧରିବା ପାଇଁ ଜାଲ ବିଛାଇ ପ୍ରୟାସ ଆରମ୍ଭ କରିଥିଲେ କିନ୍ତୁ ଭାଲୁ ଟି ଗଛ ଉପରେ କୁ ଚଢି ଯାଇଥିଲା । ପରିଶେଷରେ ଭାଲୁ କୁ ଟ୍ରଙ୍କୁଲାଇଜ କରିଥିଲା ବନ୍ୟ ଜନ୍ତୁ ଉଦ୍ଧାର କାରୀ ଦଳ । ଏବଂ ଟ୍ରଙ୍କୁଲାଇଜ ପରେ ଭାଲୁ ଅଚେତ ହୋଇଯାଇଥିଲା ଏବଂ ଅଚେତ ଭାଲୁ କୁ ଧରି ସୁରକ୍ଷିତ ସ୍ଥାନ କୁ ସ୍ଥାନନ୍ତରିତ କରିଥିଲା ବନ ବିଭାଗ ।