୧୫୭୭ ଦିନରେ ମିଶନ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ସହ ୬୩ତମ ସମୀକ୍ଷା ବୈଠକ : ଜାରି ରହିଲା କୋଭିଡ଼ କିଟ୍ ବଣ୍ଟନ

ଯାଜପୁର (ରିପୋର୍ଟ ଅଭିମନ୍ୟୁ ମିଶ୍ର): ପୁନଶ୍ଚ ମହାମାରୀ କାରୋନା ଡରାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ସପ୍ତାହକୁ ୧୭୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେବେ ବେଶୀ ଜନ ଗହଳିକୁ ଗଲେ ମାକ୍ସ୍ ଓ ସାନିଟାଇଜର ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହ ମିଶନ ଅମୃତ ହସ୍ତମ୍ ମାଧ୍ୟମରେ ଗତ ଜୁଲାଇ ୪ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୫୬୬ ରୁ ୧୫୭୭ ପର୍ଯ୍ୟନ୍ତ ୧୨ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ଗରିବ ଓ ଅସହାୟ ମାନଙ୍କୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଗତ ଶନିବାର ଦିନ ୧୫୭୫ ତମ ଦିବସର ୬୩ ତମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ପରିସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇ ଅଛି। ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର୍ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସମୀକ୍ଷକ ଭାବରେ ଦିବ୍ୟାଙ୍ଗ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ,ତୁଳସୀ ମଲ୍ଲିକ, ବାଦଲ କର୍ଣ୍ଣର, ଦକ୍ଷରାଜ୍ ପରିଡା,ସୁଭଦ୍ରା ରାଉତ, ସବିତା ରାଉତ, ସୁମନ୍ତ କୁମାର ଦାଶ, ପ୍ରଫୁଲ୍ଲ କୁମାର ଦାଶ,ଦୀପ୍ତି ରଞ୍ଜନ ପ୍ରଧାନ, ସ୍ମୃତିମୟୀ ଯେନା,ଅମିୟ କୁମାର ମଲ୍ଲିକ,ବିଶ୍ୱଜିତ୍ ମଲ୍ଲିକ, ଆଶିଷ କୁମାର ରାଉତ, ସୌମ୍ୟ ରଞ୍ଜନ ପ୍ରଧାନୀ ଆଦି ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *