
କଟକ (ବାବୁଲି ବେହେରାଙ୍କ ରିପୋର୍ଟ୍): ଖାନନଗର କାଳୀବିହାରର ଅଧିଷ୍ଠାତ୍ର ଦେବ ଦେବ ମହାଦେବ ଉତ୍ତରେଶ୍ବରଙ୍କ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଶୀତଳଷଷ୍ଠୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବିବାହ ଉତ୍ସବରେ ବରପିତା ରନଜିତ ବାରିକ (ଦଣ୍ଡେଇ) ଏବଂ ସୁବାସ ପ୍ରଧାନ କନ୍ୟାପିତା ଭାବରେ ବିବାହ ଉତ୍ସବକୁ ଖୁବ୍ ଖୁବ୍ ଧୁମ୍ ଧାମରେ ସମ୍ପନ୍ନ କରିଥିଲେ ଏହି ଅବସରରେ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଥିତ ହୋଇଥିଲା ଉକ୍ତ ଉତ୍ସବରେ ଗ୍ରାମ ମୂରବୀ ସର୍ବଶ୍ରୀ ସହଦେବ ଦାସ, ବିଜୟ ମହାନ୍ତି, ରବିନ୍ଦ୍ର, ନୈନା, ବାଟୁ, ଟୁବୁଲି, କାହ୍ନା ସାମନ୍ତରା, ବାସୁ, ଭୋଟି ଭାଇ ପ୍ରମୁଖ ସହଯୋଗ କରିଥିଲେ