କଟକ : ଶୀତଳଷଷ୍ଠୀରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ

କଟକ (ବାବୁଲି ବେହେରାଙ୍କ ରିପୋର୍ଟ୍): ଖାନନଗର କାଳୀବିହାରର ଅଧିଷ୍ଠାତ୍ର ଦେବ ଦେବ ମହାଦେବ ଉତ୍ତରେଶ୍ବରଙ୍କ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଶୀତଳଷଷ୍ଠୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ୤ ଉକ୍ତ ବିବାହ ଉତ୍ସବରେ ବରପିତା ରନଜିତ ବାରିକ (ଦଣ୍ଡେଇ) ଏବଂ ସୁବାସ ପ୍ରଧାନ କନ୍ୟାପିତା ଭାବରେ ବିବାହ ଉତ୍ସବକୁ ଖୁବ୍ ଖୁବ୍ ଧୁମ୍ ଧାମରେ ସମ୍ପନ୍ନ କରିଥିଲେ ୤ ଏହି ଅବସରରେ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଥିତ ହୋଇଥିଲା ୤ ଉକ୍ତ ଉତ୍ସବରେ ଗ୍ରାମ ମୂରବୀ ସର୍ବଶ୍ରୀ ସହଦେବ ଦାସ, ବିଜୟ ମହାନ୍ତି, ରବିନ୍ଦ୍ର, ନୈନା, ବାଟୁ, ଟୁବୁଲି, କାହ୍ନା ସାମନ୍ତରା, ବାସୁ, ଭୋଟି ଭାଇ ପ୍ରମୁଖ ସହଯୋଗ କରିଥିଲେ ୤

Leave a Reply

Your email address will not be published. Required fields are marked *