
କଳାହାଣ୍ଡି (ଶୁଭେନ୍ଦୁ କୁମାର ପଣ୍ଡା ): ରାଜ୍ୟରେ ନୂତନ ସରକାର ଗଠନ ହେବାର ଦିନକ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସିବିଆଇ ଚଢ଼ାଉ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଡାକ ବିଭାଗର ଡାକ ସେବକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଗୁରୁବାର ରାଜ୍ୟରେ ଏକ ବଡ ଧରଣର ସିବିଆଇ ଚଢ଼ାଉ ହୋଇଛି l ଡାକ ସେବକ ନିଯୁକ୍ତି ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ପ୍ରଦାନ କରିଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ନର୍ଲା ଚାରିଛକ ର ଶ୍ରେୟା କମ୍ପୁଟର ମାଲିକଙ୍କ ଘରେ ଗୁରୁବାର ସକାଳୁ ସିବିଆଇ ର ଏକ ଆଠ ଜଣିଆ ଦଳ ଚଢ଼ାଉ କରିଥିଲେ l ସେଭଳି ଜିଲ୍ଲା ଅନ୍ତର୍ଗତ କର୍ଲା ମୁଣ୍ଡା ବ୍ଲକ ସରଗୁଲ, ରିଂଝା, କରଲାମୁଣ୍ଡା ସମତେ ପାଞ୍ଚଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି l ଏହି ଚଢ଼ାଉ ପାଇଁ ଆସିଥିବା ଅଧିକାରୀ ମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ସିବିଆଇ ର ଏହି ଚଢ଼ାଉ ହେବା ପରେ ଜାଲ ସାର୍ଟିଫିକେଟ କlରବାରରେ ସମ୍ପୃକ୍ତ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି l ଏହା ବ୍ୟତୀତ କକାହାଣ୍ଡି ଜିଲ୍ଲାର ବିଭିନ୍ନ ତହସିଲ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଜାଲ ପ୍ରମାଣ ପତ୍ର କାରବାର ଚାଲିଥିବା ଚର୍ଚ୍ଚା ହେଉଛି l ତେଣୁ ସେସବୁର ତଦନ୍ତ ହେଲେ ଅନେକ ଜାଲିଆତି ଘଟଣାର ପର୍ଦାଫାଶ ହୋଇ ପାରନ୍ତା l