ମହାସମାରୋହ ରେ ଗ୍ରାମ ଦେବୀ ଙ୍କ ପୂଜା ପାଳିତ

ହରଭଙ୍ଗା (ବ୍ୟୁରୋ ରିପୋର୍ଟ ): ହରଭଙ୍ଗା ବ୍ଲକ ଆଡ଼େନିଗଡ ପଞ୍ଚାୟତ ର ଆଡ଼େଣିଗଡ଼ ଠାରେ ମହାସମାରୋହ ରେ ଗ୍ରାମର ଇଷ୍ଟ ଦେବୀ ଙ୍କ ପୂଜା ପାଳିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ପୂଜା ର ପ୍ରଥମ ଦିନ ବାର, ଦିତ୍ୱୀୟ ଦିନ ପୂଜା, ତୃତୀୟ ଦିନ ତୁର୍କୀପେନୁ ନାମରେ ନାମିତ। ବର୍ଷ କୁ ଥରେ ଜ୍ୟଷ୍ଠ ମାସ ଶୁକ୍ଳ ପକ୍ଷ ଦିତ୍ୱୀୟ ମଙ୍ଗଳବାର ଦିନ ଏହା ଅନୁଷ୍ଠିତ ହୋଇଥାଏ। କାହିଁ ଆବାହନ କାଳରୁ ଏହି ପୂଜା ହୋଇଆସିଛି। ଗ୍ରାମର ମଙ୍ଗଳ ପାଇଁ ସାଧାରଣତଃ ଏହି ପୂଜା କରାଯଇଥାଏ ବୋଲି ଗ୍ରାମବାସୀ ମତ ରଖିଛନ୍ତି।ଏହି ତିନିଦିନ ସମସ୍ତେ ସ୍ଵଛମନ ରେ ଉପବାସ ରହି ଏହି ପୂଜା କରିଥାନ୍ତି। ଗ୍ରାମର ଇଷ୍ଟଦେବୀ ମାଁ ବରାଳଦେବୀ, ବୁଢ଼ାବଉରା, ମାଟି ମା, ତୁର୍କୀପେନୁ ଙ୍କୁ ପୂଜାକରାଯାଇଥାଏ।ଇଷ୍ଟ ଦେବୀ, ମାଟି ମାଁ ଙ୍କୁ ପୂଜା କଲେ ବର୍ଷ ସାରା ଗାଁ ରେ ଚାଷକାମ ଭଲ ହେବା ସହିତ ସମସ୍ତ ଗ୍ରାମବାସୀ ଭଲରେ ସୁଖ ଶାନ୍ତି ରେ ରହିଥାନ୍ତି ବୋଲି ଗ୍ରାମବାସୀ ବିଶ୍ୱାସ ରଖିଛନ୍ତି।ଗ୍ରାମ ଦେବୀ ଙ୍କ ନିକଟରେ ଝୁଣା, ଧୂପ, ଉଖୁଡ଼ା, ଭୋଗ ସହିତ କୁକୁଡ଼ା, ଓ ପଶୁ ବଳି ମଧ୍ୟ ଦିଆଯାଇଥାଏ।ଏହି ତିନି ଦିନ ଧରି ଗାଁ ରୁ କୁଆଡ଼େ ନ ଯିବା ଓ ବାହାରୁ ଗାଁ କୁ କେହି ନ ଆସିବା ଗୋଟେ ମୁଖ୍ୟ ପରମ୍ପରା ରହିଛି।ମୁଖ୍ୟ ପୂଜକ ବା ଦେହେରୀ ଭାବେ ମାନସ ପାତ୍ର ଓ ବାହୁକ ଭାବେ ପାଣୁଆ ବେହେରା ରହିଥିବା ବେଳେ ଗ୍ରାମ ମୁଖ୍ୟା ଶ୍ରୀପତି ଭୋଇ, ଙ୍କ ସହିତ ମୋହନ ସାହୁ, ବ୍ରହ୍ମ ନନ୍ଦ ବାଘ, ପୁରେନ୍ଦ୍ର ବାଘ, ପତିତ ମଲିକ, ଦେବେନ୍ଦ୍ର ଭୋଇ, ଚିତ୍ତ ସାହୁ, ଦେବରାଜ ସାହୁ, ପୁର୍ଣ ଚନ୍ଦ୍ର ଭୋଇ, ଦ୍ରୋଣ ସାହୁ, ବିରାଜ ବାରିକ, ରମେଶ ସାହୁ, ଦିଲୀପ ସାହୁ, ଅନ୍ତର୍ଯ୍ୟାମୀ ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ,ରମେଶ ପଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *