ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମରେ ପୁଣି ଥରେ ଆନ୍ଥ୍ରାକ୍ସ ହୋଇଥିବା ସନ୍ଦେହ କରି ରକ୍ତ ନମୁନା ସଂଗ୍ରହ କଲେ ମେଡିକାଲ ଟିମ୍

କୋରାପୁଟ/ ଲକ୍ଷ୍ମୀପୁର (ଗୌରୀ ପଟ୍ଟନାୟକ) :
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମରେ ପୁଣି ଥରେ ଆନ୍ଥ୍ରାକ୍ସ ହୋଇଥିବା ସନ୍ଦେହ କରି ବୁଧବାର ଦିନ ଲକ୍ଷ୍ମୀପୁର ମେଡିକାଲ ଟିମ୍ ପହଞ୍ଚି କୁଟିଙ୍ଗା ଗ୍ରାମର ଦୁଇ ଜଣଙ୍କୁ ଯେଉଁ ଆନ୍ଥ୍ରାକ୍ସ ହୋଇଥିବା ସନ୍ଦେହ କରିଥିଲେ ତାଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିବା ସହ ଗ୍ରାମର ଲୋକଙ୍କୁ ଆଶା ଦିଦି ମାଇକ୍ ବାଦ୍ୟଯନ୍ତ୍ର ଦ୍ଵାରା ମଲା, ପଶୁ ପକ୍ଷୀ ଅବା ଗାଇ,ଗୋରୁ ମାଂସ ନଖାଇବାକୁ ସଚେତନ କରିଥିଲେ। ହେଲେ ଦୀର୍ଘ ଦିନ ହବ କୁଟିଙ୍ଗା ଗ୍ରାମରେ ପଶୁ ପକ୍ଷୀ ମାନଙ୍କୁ ପ୍ରାଣୀ ଚିକିତ୍ସା ବିଭାଗ ଦ୍ଵାରା ଟିକା ଦେବା କଥା ତାହା ଠିକ୍ ସମୟରେ ଦିଆଯାଉ ନଥିବାରୁ ବାରମ୍ବାର କୁଟିଙ୍ଗା ଗ୍ରାମରେ ଏଭଳି ଆନ୍ଥ୍ରାକ୍ସ ହେଉଥିବା ଗ୍ରାମର ଲୋକେ ଅଭିଯୋଗ ଆଣିଛନ୍ତି। ପ୍ରାଣୀ ବିଭାଗ ଖାଲି କାଗଜପତ୍ରରେ ଟିକା କରଣ ହେଉ ଅବା ଯେକୌଣସି କାର୍ଯ୍ୟକ୍ରମ କାଗଜପତ୍ରରେ ହିଁ ରହିଯାଉଛି। ଗ୍ରାଉଣ୍ଡ ଜିରୋରେ କୈାଣସି ଅଧିକାରୀଙ୍କ ଦେଖାନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାଣୀ ନିରୀକ୍ଷକ ମାନଙ୍କୁ ବର୍ଷକୁ ଦୁଇ ତିନିଥର ଅଯଥା ବଦଳି କରି ବିଭାଗର ବଡ଼ ପଣ୍ଡାମାନେ ମାଲାମାଳ ହେଉଛନ୍ତି ଯାହାଫଳରେ ଏଭଳି ପରିସ୍ଥିତି ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ କୋରାପୁଟ ଜିଲ୍ଲା ପାଳ ଏଦିଗରେ ଦୃଷ୍ଟି ଦେଇ କ’ଣ ପାଇଁ ଏଭଳି ବାର୍ଷିକ ଜଣେ ସାଧାରଣ ଏଲାଇଙ୍କୁ ଦୁଇ ତିନିଥର ଅଯଥା ବଦଳି କରାଯାଉଛି ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ଲକ୍ଷ୍ମୀପୁର ବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *