
ଟିଟିଲାଗଡ଼ (ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ): ବୁଧୁବାର ଅପରାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଜଗନ୍ନାଥ ମନ୍ଦିର ନିକଟ ରେ ଥିବା ଏକ କପଡ଼ା ଦୋକାନ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେଇଥିଲେ, ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ବିଷୟରେ ଯଦି କେହି ଜାଣିଛନ୍ତି ତାହେଲେ ଟିଟିଲାଗଡ ଥାନା ୯୪୩୮୯୧୬୫୨୧ ନମ୍ବରରେ ଯୋଗାଯୋଗ କରିବାକୁ ଟିଟିଲାଗଡ଼ ପୋଲିସ ପକ୍ଷରୁ କୁହାଯାଇଛି।