ବୌଦ୍ଧ: ଶ୍ରୀ ନାରଦ ଜୟନ୍ତୀ ପାଳିତ

ବୌଦ୍ଧ ( ବ୍ୟୁରୋ ରିପୋର୍ଟ): ସୃଷ୍ଟି ର ଆଦ୍ୟରୁ ଦେବତା, ଦାନଵ ଓ ମାନବ ସମାଜ ମଧ୍ୟରେ ତ୍ରିଭୁବନରେ ପ୍ରଭୁ ଶ୍ରୀନାରାଦଙ୍କ ପଥ ପ୍ରଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ l ଆଦ୍ୟଯୁଗରୁ ପ୍ରଭୁ ଶ୍ରୀ ନାରଦ ଗଣ ମl ଧ୍ୟମର କାର୍ଯ୍ୟ ସୁଚାରୁ ରୂପେ ପ୍ରତିପାଦନ କରି ସର୍ବ ପ୍ରଶଂସା ପାତ୍ର ହୋଇ ପାରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ନାରଦ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ l ମାନନୀୟ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରlଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜ଼ିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ବରଜ କୁମାର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସଂଘର ପଶ୍ଚିମ ପ୍ରାନ୍ତ ପ୍ରତିନିଧି ତଥା ବଲାଙ୍ଗିର ବିଭାଗ ବୈlଦ୍ଧିକ ପ୍ରମୁଖ ମାନନୀୟ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇ ଉପସ୍ଥିତ ସାମ୍ବାଦିକଙ୍କୁ ସମାଜର ଶୃଙ୍ଖଳା ପାଇଁ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରି ପ୍ରଭୁ ନାରଦାଙ୍କ ମର୍ଯ୍ୟାଦା ଅଖୁର୍ଣ୍ଣ ରଖନ୍ତୁ ବୋଲି ଆହ୍ୱାନ ଦେଇଥିଲେ l ପ୍ରାରମ୍ଭରେ ସ୍ୱୟଂ ସେବକ ବିଜୟ କୁମାର ସାହୁ ଅତିଥି ପରିଚୟ, ବ୍ୟକ୍ତିଗତ ଗୀତ ଗାନ କରିବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମାରୋହରେ ବୁଦ୍ଧିଜୀଵୀ, ସାମ୍ବାଦିକ, ମାତୃଶକ୍ତି, ସାହିତ୍ୟିକ ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *