କଣ୍ଟାବାଞ୍ଜି ରେ ଜମୁଛି ତାଳସଜ ବେପାର

କଣ୍ଟାବାଞ୍ଜି (ଜୁଗଳ କିଶୋର ଶବର ଙ୍କ ରିପୋର୍ଟ): ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ I କଣ୍ଟାବାଞ୍ଜି ଅଞ୍ଚଳରେ ଏବର୍ଷ ତାଳସଜ ବେପାର ଜମୁଥିବା ଦେଖୁବାକୁ ମିଳୁଛି । ତାଳସଜରେ ଜଳୀୟ ଅଂଶ ଥିବାରୁ ଖରାଦିନେ ଏହା ଶରୀର ପାଇଁ ବେଶ ଉପକାରୀ। କଷି ତାଳରେ ସାଧାରଣତଃ ପାଣି ଥିବା ବେଳେ ଏହା ପାଟିକୁ ବେଶ ସୁଆଦିଆ ଲାଗିଥାଏ ଏବଂ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ I ଏହି ଫଳରେ ଭିଟାମିନ ବି, ଆଇରନ, ପୋଟାସିୟମ, ଫସଫରସ, କ୍ୟାଲସିୟମ ରହିଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥି ସହିତ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ ରଖୁବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଓ ସୁଗରକୁ ନିୟନ୍ତ୍ରଣ କରିବାରେ ତାଳସଜ ସହାୟକ ହୋଇଥାଏ। ବିଭିନ୍ନ ଛକ, ରାସ୍ତା କଡ଼, ଜନଗହଳି ପୂର୍ଣ୍ଣ ଛକରେ ଗାଁ ଗହଳିର ଲୋକେ ତାଳସଜ ବିକ୍ରି କରୁଥିବା ଦେଖୁବାକୁ କୁ ମିଳିଛି । ଗ୍ରାହକମାନେ ମଧ୍ୟ ତାଳସଜକୁ କିଣି ବେଶ ଆନନ୍ଦ ସହକାରେ ଖାଉଛନ୍ତି। କଅଁଳ ସୁଆଦିଆ ତାଳସାଜ ଖାଇବାକୁ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଅତି ସୁନ୍ଦର ଭାବେ ବେପାରୀମାନେ ତାଳକୁ କାଟି ସେଥ୍ରୁ ସଜ ବାହାର କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ପାଖାପାଖୁ ଏକ ମାସ ଧରି ବିକ୍ରି ହେଉଥିବା ଉକ୍ତ ତାଳସଜକୁ ଗଛରୁ ତୋଳି ଆଣି ବିକ୍ରି କରି ରୋଜଗାର କ୍ଷମ ହେଉଛନ୍ତି ଅଞ୍ଚଳ ର ଯୁବକ ।

Leave a Reply

Your email address will not be published. Required fields are marked *