
କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର ଙ୍କ ରିପୋର୍ଟ): ୩ ଜଣ ଦୁର୍ବୁର୍ତ୍ତ ମାରଣାସ୍ତ୍ର ଦେଖେଇ ଡ଼ିକିଖୋଲି ୪ଲକ୍ଷ ଲୁଟିନେଲେ l ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ କେନାଲ ନିକଟରେ ମାରଣାସ୍ତ୍ର ଦେଖାଇ ଡ଼ିକିଖୋଲି ନଗଦ ୪ ଲକ୍ଷ ଲୁଟିନେଲେ ଦୁର୍ବୁର୍ତ୍ତ l ସୂଚନା ଅନୁଯାୟୀ ପୁତୁଳାତଳେଇ ଗାଁର ଜଗବନ୍ଧୁ ଘିବେଲା ଚାନ୍ଦୋତରା ଷ୍ଟେଟ ବ୍ୟାଙ୍କରୁ ୪ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିଲେ l ଠିକ ସେଇ ସମୟରେ ସିନ୍ଧେକେଲା ପୁତୁଳାତଳେଇ କେନାଲ ନିକଟରେ ବାଇକରେ ଆସି ୩ ଜଣ ଲୁଟେରା ଜଗବନ୍ଧୁ ଘିବେଲା ଙ୍କ ଗାଡିକୁ ଧକ୍କା ଦେଇଥିଲେ l ଗାଡିଟିକୁ ଧକ୍କାଦେବା ଫଳରେ ବାଇକରୁ ତଳକୁ ଖସିପଡ଼ିଥିଲେ l ତାପରେ ପେଟରେ ଛୁରୀ ଦେଖାଇ ଦୁର୍ବୁର୍ତ୍ତ ଡ଼ିକିଖୋଲି ନଗଦ ୪ ଲକ୍ଷ ଟଙ୍କା ଲୁଟିନେଇ ଫେରାର ମାରିଛନ୍ତି ଲୁଟେରା l ଲୁଟ ର ଶିକାର ହୋଇଥିବା ବେଳେ ଏନେଇ ଜଗବନ୍ଧୁ ଘିବେଳା ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏହି ଟଙ୍କା ସବୁ ଲୋନ ଟଙ୍କା ବୋଲି ଜଣାପଡିଛି l ସେପଟେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ l କିଛି ଦିନ ଆଗରୁ ବଙ୍ଗୋମୁଣ୍ଡା ଥାନା ଦନ୍ଦ୍ରା ଛକ ଠାରେ ମଧ୍ୟ ବାଇକ୍ କୁ ଧକ୍କା ଦେଇ ଟଙ୍କା ଲୁଟ କରିଥିଲେ କିଛି ଦୁବୃର୍ତ୍ତ । ଏବେ ସେହି ସମାନ ଢଙ୍ଗରେ ପୁଣି ଲୁଟ ହୋଇଛି ସିନ୍ଧେକେଲା ଥାନା ଅଧୀନରେ ।