
ପାଇକମାଳ (ରିପୋର୍ଟ: ବଂଶିଧର ନାୟକ): ପଶ୍ଚିମ ଓଡିଶାର ମୁଖ୍ୟ ତୀର୍ଥସ୍ଥଳୀ ନୃସିଂହନାଥ । ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ନୃସିଂହନାଥ ମନ୍ଦିର ଅବସ୍ଥିତ । ନୃସିଂହନାଥ ମନ୍ଦିର ପାଖରେ କୂଲତା ସମାଜ ଇଷ୍ଟଦେବୀ ମାଁ ରାମଚଣ୍ଡୀ ଙ୍କ ମନ୍ଦିର ଅବସ୍ଥିତ । ରାମଚଣ୍ଡୀ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ଦିନ ପ୍ରାୟ କୋଡିଏ ହଜାର ଭକ୍ତ ମାଁ ଙ୍କ ଅନ୍ନଭୋଗ ପାଇଥିଲେ । ପ୍ରତି ବର୍ଷ ବୈଶାଖ ମେଳା ରେ ଅନ୍ନଛତ୍ର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ବୈଶାଖ ମେଳା ରେ କୁଲତା ସମାଜ ମନ୍ଦିର ପରିଚାଳନା କମିଟି ତଥା ଯୁବ ସଂଗଠନ ଦ୍ଵାରା ଆୟୋଜନ କରି ଚଳିତ ବର୍ଷ ମଧ୍ୟ ଅନ୍ନଛତ୍ର ଦିଆଯାଇଥିଲା ପ୍ରାୟ କୋଡିଏ ହଜାର ଭକ୍ତ ମାଁ ଙ୍କ ପ୍ରସାଦ ପାଇବାର ସୋଭାଗ୍ୟ ଅର୍ଜନ କରିଥିଲେ। ରାଜ୍ୟ ଓ ରାଜ୍ୟ ଵାହାରୁ ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ଆୟୋଜକଙ୍କର ଏଭଳି ଉଦ୍ୟମ ଅଞ୍ଚଳବାସୀ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ଭୃୟସୀ ପ୍ରଶଂସା କରିଛନ୍ତି ।