କଣ୍ଟାବାଞ୍ଜି ବିଧାନସଭା ପାଇଁ କେତେ ଭୋଟର ଭୋଟ ଦେଇଛନ୍ତି – ମାଗିଲେ ମିଳୁନି ତଥ୍ୟ – ଅଭିଯୋଗ କଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ

ଟିଟିଲାଗଡ (ରିପୋର୍ଟ: ସଞ୍ଜୟ କୁମାର ନାୟକ): ଟିଟିଲାଗଡ ଓ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ରିଟର୍ଣିଙ୍ଗ ଅଫିସରଙ୍କ ନିକଟକୁ ଆସି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ (୭୩.୪୧) ପ୍ରତିଶତ ମତଦାନ ହୋଇଥିବା ସରକାରି ସ୍ତରରେ ନିର୍ବାଚନ କମିଶନର ତରଫରୁ ତଥ୍ୟ ପ୍ରଦାନ କରିଥିବା ବେଳେ କେତେ ଭୋଟର, କେଉଁ ବୁଥରେ କେତେ ପରିମାଣର ଭୋଟ ଦେଇଛନ୍ତି ତାହାର ତଥ୍ୟ ପ୍ରଦାନ କରିବାକୁ ଓବଜରର୍ଭାରଙ୍କୁ ମାଗିବାରୁ ନ ଦେବା ଯୋଗୁଁ ଦ୍ବନ୍ଦରେ ପଡିଛନ୍ତି କଣ୍ଟାବାଞ୍ଜି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଲକ୍ଷ୍ମଣ ବାଗ। ତେଣୁ ସେ ନିର୍ବାଚନ କମିଶନରଙ୍କୁ ତଥ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *