
କଟକ (୨୧/୦୫/୨୪) ସ୍ବର୍ଗଧାମ ସେବା ସମିତି ଖାନନଗର, କଟକ ର ୨୪ ତମ ଜନ୍ମବାର୍ଷିକ ସ୍ୱର୍ଗଧାମ ପରିସରରେ ପାଳନ କରାଯାଇଅଛି ।
ଏହି ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବର୍ଗଧାମରେ ୧୨ଘଂଟିଆ ଶ୍ରୀମଦ୍ ଭଗବତ୍ ଗୀତା ପାଠ କରାଯାଇଅଛି । ପ୍ରାତଃ ୬ଘ.୩୦ ରେ ସ୍ବର୍ଗଧାମର ମୁକ୍ତିପୀଠ ରେ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର ଦେବ ଓ ମା ସୁଭଦ୍ରା ଦେବୀ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ସ୍ୱର୍ଗଧାମ ସେବକ ପ୍ରୀତିକାନ୍ତ ମହାରଣା ଙ୍କ ହସ୍ତରେ ଏହି ଗୀତା ପାଠର ଶୁଭାରମ୍ଭ କରାଯାଇଥିଲା । ଖାନନଗର ଗ୍ରାମର ବିଶିଷ୍ଠ ପଣ୍ଡିତ ଶ୍ରୀ ବିଜୟ କୁମାର ଶତପଥୀ ଙ୍କ ଜରିଆରେ ଗୀତା ପାଠ କରାଯିବା ସହ ଗୀତା ର ସାରମର୍ମ ବୁଝାଇଥିଲେ । ସନ୍ଧ୍ୟା ୬ଘ.୩୦ମିରେ ଗୀତା ପାଠର ପୂର୍ଣାହୁତି ସମୟରେ ଦେଶ ର ସହିଦ ଓ ସ୍ବର୍ଗଧାମ ସଂସ୍କାର ବ୍ୟକ୍ତିବିଶେଷଜ୍ଞ ଆତ୍ମାର ସଦ୍ଗତି କାମନା କରି ସମୁହ ଦୀପଦାନ କରାଯାଇଥିଲା ।
ସ୍ୱର୍ଗଧାମ ର ସଭ୍ୟ ବୃନ୍ଦ ଉପସଭାପତି ଶ୍ରୀ ମିହିର କୁମାର ସାହୁ, ଶ୍ରୀ ବାବୁଲି ବେହେରା, ସୁଜିତ କୁମାର ସାହୁ, ମହେଶ୍ବର ମଲ୍ଲିକ, ଶ୍ରୀ ରାଜକିଶୋରେ ସାହୁ, ଶ୍ରୀ କେଶବ ପଳେଇ, ଶ୍ରୀ ଚରଣ ବେହେରା, ଶ୍ରୀ ଧନେଶ୍ବର ବେହେରା, ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ଶ୍ରୀମତୀ ସରୋଜିନୀ ମିଶ୍ର, ରେଶ୍ମୀ ମହାରଣା, ସୁଜାତା ସ୍ବାଇଁ, ସ୍ମିତାଞ୍ଜଳି ସାହୁ, ସ୍ମୃତିରଞ୍ଜନ ମହାପାତ୍ର, ପ୍ରଶାନ୍ତ ଆଚାଯ୍ୟ, ମନୋଜ ସିଂ, ଓ ଗ୍ରାମର ଅନ୍ୟମାନେ ମଧ୍ୟ ଗୀତା ପାଠ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାପତି ଶ୍ରୀ ଶରତ କୁମାର ସାହୁ ଏହି କାର୍ଯ୍ୟ ପରିଚାଳନା କରିଥିଲେ ।