ବ୍ରହ୍ମପୁରକୁ ଆସୁଛନ୍ତି ରାଜନାଥ ସିଂ, ବିଜେପିରେ ସାମିଲ ହେବେ କି ପ୍ରଦୀପ ପାଣିଗ୍ରାହୀ ?

ଭୁବନେଶ୍ବର (ଓଡ଼ିଶା ଟୁଡେ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସୁଛନ୍ତି । ଆସନ୍ତା ୨୨ ତାରିଖରେ ସେ ଓଡିଶାରେ ପହଞ୍ଚିବେ । ସେ ୩ ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ ।

ସେହିପରି ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଏ ନେଇ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ଏହି ସମାବଶରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଛି ।

ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ସାକ୍ଷାତ କରିଥିଲେ ବିଜେପି ସଭାପତି ମନମୋହନ ସାମଲ । ସେତେବେଳେ ମଧ୍ୟ ପ୍ରଦୀପ ବିଜେପିରେ ମିଶିବେ ବୋଲି ଇସାରା ଦେଇଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ଓଡିଶାବାସୀ ଶାଗୁଆ ଦେଖି ସାରିଲେଣି, ଆଗରୁ ଧଳା ଦେଖିଥିଲେ। ଏବେ ଗେରୁଆ ଦେଖିବେ ।

ତେବେ ପ୍ରଦୀପ ବିଜେପିରେ ମିଶିବେ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ଚାଲିଛି । ଏପରିକି ସେ ମିଶିବା ପାଇଁ ଦିନ ମଧ୍ୟ ଧ୍ୟାର୍ଯ୍ୟ ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ତାହାକୁ ବାତିଲ କରାଯାଇଥିଲା । ହେଲେ ବର୍ତ୍ତମାନ ବ୍ରହ୍ମପୁରରେ ରାଜନାଥ ସିଂ ସଭା କରୁଥିବାରୁ ସେହିଠାରେ ସେ ମିଶିବେ ବୋଲି ଗଂଜାମରେ ବେଶ ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *