କଟକ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ , ମାଣ୍ଡିଆ ଚାଷର ପ୍ରୋତ୍ସାହନ ଉପରେ ଗୁରୁତ୍ୱ

କଟକ ତା ୫. ୧୧. ୨୬ ରିଖ କଟକ ନେତାଜୀ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଣ୍ଡିଆ ଚାଷର ପ୍ରସାର, ଏହାର ପୁଷ୍ଟିକର ଗୁଣ, ଚାଷୀଙ୍କ ଆର୍ଥିକ ଉନ୍ନତି ଏବଂ ମିଲେଟ୍‌ର ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍ସବରେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଭଦ୍ରା ଦାସ, ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ, କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁମନ୍ତ କୁମାର ଘଡ଼େଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ରଞ୍ଜନ କୁମାର ମହାନ୍ତ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା ଏବଂ ରାଜ୍ୟ କୃଷକ ମୋର୍ଚ୍ଚାର ଅଧ୍ୟକ୍ଷ ଶ୍ରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ଚାଷର ଗୁରୁତ୍ୱ, ଏହାର ପୁଷ୍ଟିକର ଉପାଦାନ ଏ ଉପରେ ଆଲୋକପାତ କରାଯିବା ସହ ମାଣ୍ଡିଆ ଚାଷ ଓ ଏହାର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଚାଷୀଙ୍କୁ ପ୍ରମାଣପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ମାଣ୍ଡିଆ ଭଳି ପାରମ୍ପରିକ ଶସ୍ୟର ଚାଷକୁ ଅଧିକ ଲୋକପ୍ରିୟ କରିବା ସହ ଚାଷୀଙ୍କୁ ଏହାର ଉତ୍ପାଦନ ଓ ବଜାର ସୁବିଧା ସହ ଯୋଡ଼ିବା ଦିଗରେ ଏଭଳି ଉତ୍ସବ ସହାୟକ ହେବ ବୋଲି ଅତିଥିମନେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *