କାର୍ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ, ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଲେଖା ରହିଛି ଢେଙ୍କାନାଳ ପୌରପାଳିକା ନିର୍ବାହୀ ଅଧୂକାରୀ

କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀ ନଗର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ପଥଚାରୀଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ପ୍ରଦୀପ ପରିଡ଼ା। ଦୁର୍ଘଟଣା ଘଟାଇଥୁବା ଗାଡ଼ିର ନମ୍ବର OD 06 P 9091 ହୋଇଥ‌ିବା ବେଳେ ଗାଡ଼ିରେ ଢେଙ୍କାନାଳ ପୌରପାଳିକା ନିର୍ବାହୀ ଅଧୂକାରୀ ବୋଲି ଲେଖା ରହିଥ‌ିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପ୍ରଦୀପ ରାସ୍ତା ଅତିକ୍ରମ କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ଗାଡ଼ିଟି ତାଙ୍କୁ ଜୋରରେ ଧକ୍କା ଦେଇଥିଲା। ଫଳରେ ସେ । ଦୂରକୁ ଛିଟିକି ପଡ଼ିବା ସହ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସୁଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଥିଲା ।

ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଗାଡ଼ିରେ ଥୂବା ଢେଙ୍କାନାଳ ନାରୀ ତଥା ପୂର୍ବତନ କେନ୍ଦ୍ରାପଡ଼ା ବିଡିଓ ପୌରପାଳିକାର ନିର୍ବାହୀ ଅଧୂକାରୀ ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥ‌ିବା ଅଭିଯୋଗ ହୋଇଛି।

ତେବେ ଦୁର୍ଘଟଣା ସମୟରେ ଗାଡ଼ି କିଏ ଚଳାଉଥିଲେ ଏବଂ ଅଧୂକାରୀଙ୍କ ଭୂମିକା କ’ଣ ଥୁଲା, ସେନେଇ ପୁଲିସର ତଦନୁ ପ ପରେ ସୃଷ୍ଟ ହେବ। ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *